କନକ ବ୍ୟୁରୋ: ହରିୟାଣାର ଫରିଦାବାଦଠାରେ ଅନୁଷ୍ଠିତ ୩୪ତମ ଜାତୀୟ ବେଞ୍ଚ୍‌ପ୍ରେସ୍‌ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୧୦ ପଦକ ଜିତିଛନ୍ତି । ପୁରୁଷ କନିଷ୍ଠରେ ସୌମେନ ସେନାପତି ସ୍ଵର୍ଣ୍ଣ ଜିତିଥିଲା ବେଳେ ଓପନ୍‌ରେ ଯଜ୍ଞଦତ୍ତ ଭୁକ୍ତ ଓ ସନ୍ତୋଷ ସ୍ବାଇଁ ଏବଂ ମାଷ୍ଟର-୨ରେ ମଥୁରା ସେଠୀ ରୌପ୍ୟ ପାଇଛନ୍ତି । ମାଷ୍ଟର-୨ରେ ନିରଞ୍ଜନ ବେବର୍ତ୍ତା ପଟ୍ଟନାୟକ ଓ ମାଷ୍ଟର-୧ରେ ଉମାକାନ୍ତ ବେହେରା କାଂସ୍ୟ ଜିତିଥିଲେ । ମହିଳା କନିଷ୍ଠରେ ଆକାଂକ୍ଷା ପରିଡ଼ା ସ୍ବର୍ଣ୍ଣ, ମାଷ୍ଟର-୨ରେ ଗୀତାଞ୍ଜଳି ନାୟକ ରୌପ୍ୟ, ମାଷ୍ଟର-୧ରେ ମୌସୁମୀ ତକରି ଓ ଉପକନିଷ୍ଠରେ ମମତା ହଡ଼ିପା କାଂସ୍ୟ ପଦକ ହାତେଇଥିଲେ । ପଦକ ବିଜୟୀଙ୍କୁ ଓଡ଼ିଶା ଶକ୍ତିଉତ୍ତୋଳନ ସଂଘ ଅଧ୍ୟକ୍ଷ ଇଂ. ଚିତ୍ତରଞ୍ଜନ ସ୍ବାଇଁ ଓ ସଂପାଦକ ଡ. ହରିପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୨୭ ଜଣ ଅଂଶଗ୍ରହଣ କରିଥିଲେ । 

Advertisment

ଏହା ବି ପଢ଼ନ୍ତୁ: ଇଣ୍ଡୋନେସିଆ ମାଷ୍ଟର୍ସ: ସିନ୍ଧୁଙ୍କୁ ରେଡ୍‌କାର୍ଡ; ଭାରତର ଅଭିଯାନ ଶେଷ