କନକ ବ୍ୟୁରୋ: ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନ୍ ହାରିବା ପରେ ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତର ଅଭିଯାନ ଶେଷ ହୋଇଛି । ଶୁକ୍ରବାର ମହିଳା ଏକକ ମୁକାବିଲାରେ ୨ଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ୧୩-୨୧, ୧୭-୨୧ରେ ବିଶ୍ବର ୪ ନମ୍ବର ଚୀନ୍ର ଚେନ୍ ୟୁ ଫେଇଙ୍କଠୁ ହାରି ଯାଇଥିଲେ । ଏହି ମ୍ୟାଚ୍ର ଦ୍ବିତୀୟ ଗେମ୍ରେ ଖରାପ ଆଚରଣ ପାଇଁ ସିନ୍ଧୁଙ୍କୁ ୟେଲୋ କାର୍ଡ ମିଳିଥିଲା । କିଛି ପଏଣ୍ଟ୍ ପରେ ଖେଳ ବିଳମ୍ବ ପାଇଁ ଅମ୍ପାୟାର ଭାରତୀୟ ଖେଳାଳିଙ୍କୁ ଲାଲ୍ କାର୍ଡ ଦେଇଥିଲେ । ଫଳରେ ସିନ୍ଧୁଙ୍କୁ ଗୋଟିଏ ପେନାଲ୍ଟି ପଏଣ୍ଟ୍ ମିଳିବାରୁ ସେ ନିରାଶ ହୋଇଥିଲା ବେଳେ ପ୍ରତିପକ୍ଷକୁ ବିଜୟ ଲାଗି ସୁଯୋଗ ମିଳିଯାଇଥିଲା । ଅନ୍ୟପକ୍ଷରେ ପୁରୁଷ ଏକକରେ ୨୦୨୧ ବିଶ୍ବ କାଂସ୍ୟ ବିଜେତା ଲକ୍ଷ୍ୟ ୧୮-୨୧, ୨୦-୨୨ରେ ଥାଇଲାଣ୍ଡର ପାନିତ୍ଚାଫୋନ୍ ତୀରାରାତ୍ସକୁଲଙ୍କଠୁ ହାରି ବିଦାୟ ନେଇଛନ୍ତି ।
ଏହା ବି ପଢ଼ନ୍ତୁ: ଏସୀୟ ଇନ୍ଡୋର୍ ଦୌଡ଼କୁଦ ଲାଗି କଳିଙ୍ଗରେ ଅଭ୍ୟାସ ଶିବିର ଆରମ୍ଭ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/pv-sindhu-2026-01-23-21-58-34.jpg)