କନକ ବ୍ୟୁରୋ : ଖୁବଶୀଘ୍ର ମିଳିବ କନ୍ୟା ବିବାହ ସହାୟତା । ମୁଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଉପହାର ସାମଗ୍ରୀ ପାଇଁ ଉତ୍କଳିକା ସହ ଏମଓୟୁ ସ୍ୱାକ୍ଷର କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ସେପଟେ ଚଳିତ ସପ୍ତାହରେ ୪ଲକ୍ଷ ୫୭ହଜାର ୬୮୧ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଘୋଷଣାର ମାସଟେ ପରେ ଯୋଜନାର ଅଗ୍ରଗତି ନେଇ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ବିବାହ ଉପହାର ସାମଗ୍ରୀର ଯୋଗାଣ ପାଇଁ ଉତ୍କଳିକା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ମହିଳା ଓ ଶିଶୁ ବିକାଶ ବିଭାଗ । ଏହି ଯୋଜନାରେ ଝିଅମାନଙ୍କୁ ଶାଢ଼ି, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ମିଳିବ । ଏହି ସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇବେ ସରକାର । ଏହା ଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଯୋଜନାରେ ମୋଟ ୫୧ ହଜାର ଟଙ୍କାର ସହାୟତା ରାଶି ଦେବେ ସରକାର । ବାହାଘର ପଞ୍ଜୀକରଣ ପରେ ୩୫ ହଜାର ଟଙ୍କା । ଉପହାର ପାଇଁ ୧୦ ହଜାର ଓ ସାଜସଜ୍ଜା ପାଇଁ ୬ ହଜାର ଟଙ୍କା ମିଳିବ ।
ଅଧିକ ପଢ଼ନ୍ତୁ : ଚଳିତ ସପ୍ତାହରେ ସୁଭଦ୍ରା ଟଙ୍କା; ନୂଆ ୪ଲକ୍ଷ ୫୭ ହଜାର ୬୮୧ଜଣଙ୍କୁ ଖୁବଶୀଘ୍ର ମିଳିବ ଟଙ୍କା
ସେପଟେ ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଯୋଜନାରେ ଚତୁର୍ଥ କିସ୍ତି । ଉତ୍କଳିକା ସହ ବୁଝାମଣା ସ୍ୱାକ୍ଷର ଅବସରରେ ଏନେଇ ସୁଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । କହିଛନ୍ତି, ଏଥର ମୋଟ ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା । ନୂଆ ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ । ବିଭିନ୍ନ କାରଣ ପାଇଁ ପୂର୍ବରୁ କଟିଯାଇଥିବା ୨୪ ହଜାର ୧୮ ମହିଳାଙ୍କୁ ମିଳିବ ଅର୍ଥ ରାଶି ।
ପ୍ରଥମ, ଦ୍ୱିତୀୟ କିସ୍ତି ପାଇନଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ମିଳିବ ସୁଭଦ୍ରା ଟଙ୍କା । ମୋଟ ଉପରେ ୨୫୦ କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ପଠାଯିବ ।
ଯୌତୁକ ପ୍ରଥା ବନ୍ଦ କରିବା, ବାଲ୍ୟ ବିବାହ ଓ ଜୋରଜବରଦସ୍ତ ବିବାହକୁ ପ୍ରତିରୋଧ କରିବା ଦିଗରେ ଏହା ସହାୟକ ହେବ ବୋଲି ସରକାର କହିଛନ୍ତି । ସୁଭଦ୍ରା ପରେ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନା ଦ୍ୱାରା ବିଜେପି ସରକାର ମହିଳା ଭୋଟ୍ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/odisha-kanya-vivah-yojana-2026-01-08-21-13-51.jpg)