କନକ ବ୍ୟୁରୋ : ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା । ୪ଲକ୍ଷ ୫୭ହଜାର ୬୮୧ଜଣଙ୍କୁ ଖୁବଶୀଘ୍ର ମିଳିବ ସୁଭଦ୍ରା ଟଙ୍କା । ନୂଆ ଭାବେ ଯୋଡ଼ି ହୋଇଥିବା ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଏହାସହ ବିଭିନ୍ନ କାରଣ ପାଇଁ କଟିଯାଇଥିବା ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଏଥର ମିଳିବ ଟଙ୍କା । ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ, ଦ୍ୱିତୀୟ କିସ୍ତିରେ ତାଙ୍କ ନାମ ନଥିଲା । ସେଭଳି ୨ ଲକ୍ଷ ୫୫ ହଜାର ୨୬୫ଜଣ ହିତାଧିକାରୁଙ୍କୁ ମିଳିବ ଟଙ୍କା । ଚଳିତ ସପ୍ତାହରେ ୨୫୦ କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ଯିବ ।
ଅଧିକ ପଢ଼ନ୍ତୁ : ଟଙ୍କା ପଠାଇ ନିର୍ବାଚନ ଜିତିବା ପାଲଟିଛି ବଡ଼ ସଫଳତା; ୧୫ ରାଜ୍ୟରେ ‘ସୁଭଦ୍ରା’ ଭଳି ଯୋଜନା
କନ୍ୟା ବିବାହ ଯୋଜନାରେ ବିବାହ ଉପହାର ସାମଗ୍ରୀର ଯୋଗାଣ ପାଇଁ ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅ ମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ଭଳି ବ୍ୟବହାର ସାମଗ୍ରୀ ମିଳିବ । ଏହି ସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇବେ ସରକାର । ଏହା ଦ୍ୱାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି । ଉପମୁଖ୍ୟମନ୍ତ୍ରୀପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MOU ସ୍ୱାକ୍ଷରିତ ହୋଇଛି । ମୂଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନାରେ ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର । ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଉପହାର ପାଇଁ ୧୦ ହଜାର ଓ ସାଜ ସଜା ପାଇଁ ୬ ହଜାର ଟଙ୍କା ଦେବେ ସରକାର । ପୂର୍ବରୁ ମୁଖ୍ୟମନ୍ତ୍ରୀ କନ୍ୟା ଵିଵାହ ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।
ନୂଆବର୍ଷ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ନୂଆ ସୁଭଦ୍ରା ହିତାଧିକାରୀ । ଆମେ ପୋର୍ଟାଲ ଖୋଲିଛୁ । ୨୧ ବର୍ଷ ଯାହାକୁ ହେଲା ସେମାନେ ଆପେ ଆପେ ଯୋଡ଼ି ହେଉଛନ୍ତି । ସମସ୍ତେ ସୁଭଦ୍ରା ଟଙ୍କା ପାଇବେ ସେଥିପାଇଁ ଆମ ବିଭାଗ କାମ କରୁଛି । କ୍ଷେତ୍ର ପରିଦର୍ଶନ ପରେ ସୁଭଦ୍ରା ଯୋଜନାରେ ଯୋଡ଼ି ହେଲେଣି ୧୭ ଲକ୍ଷରୁ ଉର୍ଦ୍ଧ୍ବ ମହିଳା । ବର୍ତ୍ତମାନ ୧ କୋଟି ୩ ଲକ୍ଷ ୮୯ ହଜାର ୮୦୧ ମହିଳା ପ୍ରଥମ/ଦ୍ୱିତୀୟ କିସ୍ତି ପାଇଛନ୍ତି । ସେଥି ମଧ୍ୟରୁ ୯୭ ଲକ୍ଷ ୫୧ ହଜାର ୪୭୯ ଜଣ ମହିଳା ସୁଭଦ୍ରା ଟଙ୍କା ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/08/subhadra-yojana-2026-01-08-18-04-12.jpg)