ବାଲି ଚୋରା ଚାଲାଣ ରୋକିବାକୁ ଆସିବ ନୂଆ ଏସଓପି

Advertisment

ବାଲି ଉତ୍ତୋଳନ, ଚାଲାଣର ସୁପରଭିଜନ ଠାରୁ ଆରମ୍ଭ କରି ଜବତ ସହ ଆଇନ ଅନୁସାରେ ଦଣ୍ଡ ଦେବା ପାଇଁ ଅଫିସର ମାନଙ୍କୁ ଦାୟିତ୍ୱ ଦେବେ ସରକାର । ମନ୍ଦ ଉଦ୍ଦେଶ୍ୟ ରଖି ଲଘୁ ଖଣିଜ ନିଲାମ କାର୍ଯ୍ୟକୁ ଖଣି ବିଭାଗକୁ ନେଇଯାଇଥିଲେ ପୂର୍ବ ସରକାର ।

ବାଲି ଉତ୍ତୋଳନ, ଚାଲାଣର ସୁପରଭିଜନ ଠାରୁ ଆରମ୍ଭ କରି ଜବତ ସହ ଆଇନ ଅନୁସାରେ ଦଣ୍ଡ ଦେବା ପାଇଁ ଅଫିସର ମାନଙ୍କୁ ଦାୟିତ୍ୱ ଦେବେ ସରକାର । ମନ୍ଦ ଉଦ୍ଦେଶ୍ୟ ରଖି ଲଘୁ ଖଣିଜ ନିଲାମ କାର୍ଯ୍ୟକୁ ଖଣି ବିଭାଗକୁ ନେଇଯାଇଥିଲେ ପୂର୍ବ ସରକାର ।

Illegal Sand Mining

Illegal Sand Mining Photograph: (Kanak News)

କନକ ବ୍ୟୁରୋ : ବାଲି ଚୋରା ଚାଲାଣ ରୋକିବା ପାଇଁ ନୂଆ ଏସଓପି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭା ଅଧିବେଶନରେ ସରକାର ଏସଓପି ଉପସ୍ଥାପିତ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ବାଲିଚୋରା ଚାଲାଣ ରୋକିବା ପାଇଁ ଖଣି ବିଭାଗକୁ ସହଯୋଗ କରିବେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ଅଫିସର ।

ବାଲି ଉତ୍ତୋଳନ, ଚାଲାଣର ସୁପରଭିଜନ ଠାରୁ ଆରମ୍ଭ କରି ଜବତ ସହ ଆଇନ ଅନୁସାରେ ଦଣ୍ଡ ଦେବା ପାଇଁ ଅଫିସର ମାନଙ୍କୁ ଦାୟିତ୍ୱ ଦେବେ ସରକାର । ମନ୍ଦ ଉଦ୍ଦେଶ୍ୟ ରଖି ଲଘୁ ଖଣିଜ ନିଲାମ କାର୍ଯ୍ୟକୁ ଖଣି ବିଭାଗକୁ ନେଇଯାଇଥିଲେ ପୂର୍ବ ସରକାର । ଖଣି ବିଭାଗର ଆବଶ୍ୟକ ମୁତାବକ କର୍ମଚାରୀ ନାହାନ୍ତି । ଯେଉଁଥିପାଇଁ ଲଘୁ ଖଣିଜ ତସ୍କରୀ କରୁଥିବା ଲୋକ ମାନଙ୍କୁ ସୁବିଧା ହୋଇଯାଇଛି । ତେବେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ : ବାଲି ଚୋରାଚାଲାଣ ରୋକିବାକୁ କାମ ଦେଉନି ସରକାରଙ୍କ ନିର୍ଦ୍ଦେଶ; ବେଆଇନ ଭାବେ ପଶ୍ଚିମବଙ୍ଗକୁ ଯାଉଛି ବାଲି

ବାଲି ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଏସଓପି ଆଣିଥିବାବେଳେ ଏବେ ନୂଆ ସଂକଳ୍ପ ନେଇଛନ୍ତି । ବେଆଇନ ବାଲି କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରକୁ ବି ବେଆଇନ ଭାବେ ଚାଲାଣ ହେଉଛି ବାଲି । ଏହାକୁ ନେଇଛି ତେଜିଛି ବୟାନବାଜି ।

ରାତି ଅନ୍ଧାରର ସୁଯୋଗ ନେଇ ଓଡିଶା ସୀମା ଡେଇଁ ସାହାବାଜିପୁର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ଭଦ୍ରକରୁ, ବାଲେଶ୍ୱର, ଜଳେଶ୍ୱର ଭୋଗରାଇ ପାର ହୋଇ ବଙ୍ଗକୁ ଚୋରା ଚାଲାଣ ହେଉଛି । ବେଆଇନ ବାଲି ବୋଝଇ ଗାଡି ପଶ୍ଚିମବଙ୍ଗକୁ ଯାଉଥିଲେ ବି କେମିତି କାହାର ନଜର ପଡୁନି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ବେଆଇନ ବାଲି କାରବାର ଉପରେ ଶୂନ ସହନଶୀଳ ନୀତି ଆପାଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚୋରା ଚାଲାଣକୁ ନେଇ ପୁଲିସ୍, ପ୍ରଶାସନ ଓ ଖଣି ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe