କନକ ବ୍ୟୁରୋ : ବାଲି ଚୋରା ଚାଲାଣ ରୋକିବା ପାଇଁ ନୂଆ ଏସଓପି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ବିଧାନସଭା ଅଧିବେଶନରେ ସରକାର ଏସଓପି ଉପସ୍ଥାପିତ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ବାଲିଚୋରା ଚାଲାଣ ରୋକିବା ପାଇଁ ଖଣି ବିଭାଗକୁ ସହଯୋଗ କରିବେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ଅଫିସର ।
ବାଲି ଉତ୍ତୋଳନ, ଚାଲାଣର ସୁପରଭିଜନ ଠାରୁ ଆରମ୍ଭ କରି ଜବତ ସହ ଆଇନ ଅନୁସାରେ ଦଣ୍ଡ ଦେବା ପାଇଁ ଅଫିସର ମାନଙ୍କୁ ଦାୟିତ୍ୱ ଦେବେ ସରକାର । ମନ୍ଦ ଉଦ୍ଦେଶ୍ୟ ରଖି ଲଘୁ ଖଣିଜ ନିଲାମ କାର୍ଯ୍ୟକୁ ଖଣି ବିଭାଗକୁ ନେଇଯାଇଥିଲେ ପୂର୍ବ ସରକାର । ଖଣି ବିଭାଗର ଆବଶ୍ୟକ ମୁତାବକ କର୍ମଚାରୀ ନାହାନ୍ତି । ଯେଉଁଥିପାଇଁ ଲଘୁ ଖଣିଜ ତସ୍କରୀ କରୁଥିବା ଲୋକ ମାନଙ୍କୁ ସୁବିଧା ହୋଇଯାଇଛି । ତେବେ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ : ବାଲି ଚୋରାଚାଲାଣ ରୋକିବାକୁ କାମ ଦେଉନି ସରକାରଙ୍କ ନିର୍ଦ୍ଦେଶ; ବେଆଇନ ଭାବେ ପଶ୍ଚିମବଙ୍ଗକୁ ଯାଉଛି ବାଲି
ବାଲି ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପୂର୍ବରୁ ଏସଓପି ଆଣିଥିବାବେଳେ ଏବେ ନୂଆ ସଂକଳ୍ପ ନେଇଛନ୍ତି । ବେଆଇନ ବାଲି କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଖାଲି ରାଜ୍ୟ ଭିତରେ ନୁହେଁ ରାଜ୍ୟ ବାହାରକୁ ବି ବେଆଇନ ଭାବେ ଚାଲାଣ ହେଉଛି ବାଲି । ଏହାକୁ ନେଇଛି ତେଜିଛି ବୟାନବାଜି ।
ରାତି ଅନ୍ଧାରର ସୁଯୋଗ ନେଇ ଓଡିଶା ସୀମା ଡେଇଁ ସାହାବାଜିପୁର ଦେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ଭଦ୍ରକରୁ, ବାଲେଶ୍ୱର, ଜଳେଶ୍ୱର ଭୋଗରାଇ ପାର ହୋଇ ବଙ୍ଗକୁ ଚୋରା ଚାଲାଣ ହେଉଛି । ବେଆଇନ ବାଲି ବୋଝଇ ଗାଡି ପଶ୍ଚିମବଙ୍ଗକୁ ଯାଉଥିଲେ ବି କେମିତି କାହାର ନଜର ପଡୁନି ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ବେଆଇନ ବାଲି କାରବାର ଉପରେ ଶୂନ ସହନଶୀଳ ନୀତି ଆପାଣାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଚୋରା ଚାଲାଣକୁ ନେଇ ପୁଲିସ୍, ପ୍ରଶାସନ ଓ ଖଣି ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/05/illegal-sand-mining-2025-12-05-08-19-25.jpg)