ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ରାଜ୍ୟ ସରକାରଙ୍କ ଚିଠି

Advertisment

ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପ୍ରିନ୍ସିପାଲ୍‌ ରେସିଡେନ୍ସ କମିଶନର ।

ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପ୍ରିନ୍ସିପାଲ୍‌ ରେସିଡେନ୍ସ କମିଶନର ।

Missing Case

କନକ ବ୍ୟୁରୋ : ଓଡ଼ିଆ ମେରାଇନ ଇଞ୍ଜିନିୟର ନିଖୋଜ ଘଟଣାରେ ଉଦ୍ଧାର ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । ବନ୍ଦର, ସିପିଂ ଓ ଜଳପଥ ସଚିବଙ୍କୁ ଚିଠି ଲେଖିଲେ ପ୍ରିନ୍ସିପାଲ୍‌ ରେସିଡେନ୍ସ କମିଶନର । ଭୁବନେଶ୍ବରର ସାର୍ଥକ ମହାପାତ୍ର ଗତ ୬ମାସ ତଳେ ମୁମ୍ବାଇ ସ୍ଥିତ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ ନାମକ ସଂସ୍ଥାରେ ଯୋଗ ଦେଇଥିଲେ । ଗତ ସପ୍ତାହରେ ସେ ଘାନାରୁ ସିଙ୍ଗାପୁର ବାହାରିଥିବା ଏକ ଜାହାଜରେ ବସିଥିଲେ ।

ଅଧିକ ପଢନ୍ତୁ : ଶିକ୍ଷକ ବଦଳିକୁ ନେଇ ସାଂସଦ-ବିଧାୟକଙ୍କ କ୍ଷମତା ପ୍ରସଙ୍ଗ, ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ

୪ ଦିନ ତଳେ ପରିବାର ଲୋକଙ୍କ ସହ କଥା ବି ହୋଇଥିଲେ । କିନ୍ତୁ ଗତ ୨ ଦିନ ହେବ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରୁ ନାହିଁ । ସାର୍ଥକଙ୍କ ପରିବାର ମୁମ୍ବାଇ ସ୍ଥିତ କମ୍ପାନି କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବି କୌଣସି ସନ୍ତୋଷଜନକ ଉତ୍ତର ଦେଇପାରୁନି କମ୍ପାନି । ସାର୍ଥକଙ୍କ ପରିବାର ମୁମ୍ବାଇ ସ୍ଥିତ ଆଙ୍ଗଲୋ ଇଣ୍ଡିଆ କାର୍ଯ୍ୟାଳୟରେ  ପଚରାଉଚୁରା କରିଥିବାବେଳେ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ପୁଅ ସମ୍ପର୍କରେ କୌଣସି ସୂଚନା ନମିଳିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନେଇ ଏନେଇ ଅଭିଯୋଗ ଜଣାଇଛନ୍ତି ସାର୍ଥକଙ୍କ ପରିବାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe