ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର; ୨୦୩୬କୁ ଟାର୍ଗେଟ କରି ଲୋକସେବା ଭବନରେ ଚାଲିଛି ନକ୍ସା ପ୍ରସ୍ତୁତି

ତେଣୁ ନଦୀରେ ପୋଲଟିଏ ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ, ସମସ୍ତଙ୍କୁ ନେହୁରା ହୋଇଛନ୍ତି ଲୋକେ। ହେଲେ କାହା କାନରେ ପଡୁନି ଦୁର୍ଦ୍ଦଶା । ଯଦି ଶୁଣିଥାନ୍ତେ, ଗାଁ ସମସ୍ୟାକୁ ଥରେ ଆଖି ପକାଇଥାନ୍ତେ, ସମ୍ଭବତଃ ବଦଳି ସାରନ୍ତାଣି ଏ ଚିତ୍ର ।

DevelopedOdisha

DevelopedOdisha Photograph: (kanak news)

କନକ ବ୍ୟୁରୋ: ବଦଳିଲା ସରକାର ହେଲେ ବଦଳିନି ଚିତ୍ର । ବର୍ଷବର୍ଷ ଧରି ଜୀବନ ଜୀବିକା ପାଇଁ ଚାଲିଛି ସଂଘର୍ଷ । ପ୍ରତିମୂର୍ତ୍ତରୁ ବିପଦକୁ ସାମ୍‌ନା କରୁଛନ୍ତି ଉପାନ୍ତ ଅଞ୍ଚଳର ଲୋକେ । ଭୋଗୁଛନ୍ତି ଯନ୍ତ୍ରଣା, ପ୍ରତିକୂଳ ପରିସ୍ଥିତି ସହ ଜୁଝୁଛନ୍ତି । ଗଜପତି ଜିଲ୍ଲାର ମୋହନା ଓ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରୁ ଆସିଛି ଦୟନୀୟ ଖବର । 

କାଠଗଣ୍ଡିରେ ଜୀବନ
ନଦୀ ସେପଟେ ଜୀବିକା

ଅଧିକ ପଢ଼ନ୍ତୁ---  ନୂଆପଡ଼ାରେ ବାଜି ଲାଗିଛି ତିନି ଦଳର ମୁଖିଆଙ୍କ ସମ୍ମାନ; ଉପନିର୍ବାଚନରେ ଯିଏ ଜିତିବ ସିଏ ହେବ ସିକନ୍ଦର

ଗ୍ରାମାଞ୍ଚଳର ଏ ବିକଳଚିତ୍ର, ବିଚଳିତ କରୁଛି। ସରକାରୀ ବିଧିବ୍ୟବସ୍ଥା, ମାଳମାଳ ଯୋଜନାକୁ ନେଇ ମନରେ ପ୍ରଶ୍ନର ଝଙ୍କାର ଆଣୁଛି। କେଉଁଠି, କାହା ପାଇଁ ସରକାର? କାହିଁକି ଏଭଳି ଅବ୍ୟବସ୍ଥା? ଉପନ୍ତା ଗାଁର ଦୁଃଖ ପ୍ରାଶାସନିକ ବାବୁଙ୍କୁ ଦେଖାଯାଉଛି ନା ନାହିଁ? ମଦୀ ଉପରେ କାଠ ଗଣ୍ଡି ପକାଇ ଯାତାୟାତ କରୁଛନ୍ତି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଝାଳରସିଂ ଗାଁର ଲୋକେ । ଆଜି କାଲି, କି ଏଇ ବର୍ଷ ନୁହେଁ, ବର୍ଷ ତମାମ୍‌ ଏମିତି ଯା'ଆସ କରନ୍ତି । ତେଣୁ ନଦୀରେ ପୋଲଟିଏ ପାଇଁ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ, ସମସ୍ତଙ୍କୁ ନେହୁରା ହୋଇଛନ୍ତି ଲୋକେ। ହେଲେ କାହା କାନରେ ପଡୁନି ଦୁର୍ଦ୍ଦଶା। ଯଦି ଶୁଣିଥାନ୍ତେ, ଗାଁ ସମସ୍ୟାକୁ ଥରେ ଆଖି ପକାଇଥାନ୍ତେ, ସମ୍ଭବତଃ ବଦଳି ସାରନ୍ତାଣି ଏ ଚିତ୍ର ।

ବୁଢ଼ାନଈ ଡେଉଁନି ବିକାଶ
ଆଦିବାସୀ ଗାଁ ପାଇଁ ସ୍ୱପ୍ନ ମୌଳିକ ସୁବିଧା

ଜୀବିକା ପାଇଁ ବାଜିରେ ଲାଗୁଛି ଜୀବନ । ପ୍ଲାଷ୍ଟିକ ଦଉଡ଼ି ଭରସାରେ ବିପଦ ସଙ୍କୁଳ ଅବସ୍ଥାରେ ଚିରସ୍ରୋତା ବୁଢ଼ା ନଦୀ ପାରିହେଉଛନ୍ତି ପିଲାଠୁ ବୟସ୍କ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସଦର ମହକୁମାଠାରୁ ମାତ୍ର ୨୫ କିମି ଦୂରରେ ରହିଛି ପରମପାଙ୍ଗା ପଞ୍ଚାୟତର କାଡ଼ାମାହା, କାମେରି ଓ ଡୁବଲାମାହା ଗାଁ । ଗାଁ ଆଉ ପଞ୍ଚାୟତ ମଝିରେ ବୁଢ଼ା ନଈ । ବର୍ଷ ସାରା ପାହାଡ଼ି ନଈରେ ପାଣି ବହେ ଆଉ ଏମିତି ନଦୀ ପାରିହୁଅନ୍ତି ସ୍ଥାନୀୟ ଲୋକେ । ନର୍ବାଚନ ପରେ ନିର୍ବାଚନ ହେଉଛି । ପ୍ରତିଶ୍ରୁତି ମିଳେ, ହେଲେ ପୂରଣ ହୁଏନି । ଆଜି ବି ଅଭିଶପ୍ତ ଜୀବନ ବିତାଉଛନ୍ତି ଶହଶହ ଆଦିବାସୀ ପରିବାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe