କନକ ବ୍ୟୁରୋ : ପ୍ରାକୃତିକ ଖଣିଜ ସମ୍ପଦ ଭରା ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର ଆସିଛି । ପୃଥିବୀର ବିରଳ ଓ ଦୁର୍ଲଭ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ କେନ୍ଦ୍ର ସରକାରଙ୍କ ରେୟାର ଆର୍ଥ କରିଡରରେ ୪ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି ଓଡ଼ିଶା । ବିଶ୍ୱବ୍ୟାପୀ ରେୟାର ଆର୍ଥ ହାସଲ କରିବା ଲାଗି ପ୍ରତିଯୋଗିତା ଚାଲିଥିବା ବେଳେ ଏହି ସ୍କିମ୍ ଜରିଆରେ ଭାରତ ନିଜକୁ ଆତ୍ମନିର୍ଭରଶୀଳ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ଖଣି-ଶିଳ୍ପାଞ୍ଚଳ ସହ ଓଡ଼ିଶାର ଦୁଇ ବନ୍ଦରକୁ ଯୋଡ଼ିବା ପାଇଁ ଓଡ଼ିଶା ଜାତୀୟ ଜଳମାର୍ଗ-୫ ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।
ସୁନାଠୁ ବି ଅଧିକ ମୂଲ୍ୟବାନ କୁହାଯାଉଥିବା ପୃଥିବୀର ଦୁର୍ଲଭ ବିରଳ ଖଣିଜ ପଦାର୍ଥ ଉତ୍ପାଦନ ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା, କେରଳ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡ଼ୁ ୪ ରାଜ୍ୟକୁ ନେଇ ଗଠନ ହେବ ରେୟାର ଆର୍ଥ କରିଡର । ଏହି କରିଡର ଦ୍ୱାରା ଖଣି ଖନନ, ପ୍ରକ୍ରିୟାକରଣ, ଗବେଷଣା ଓ ଉତ୍ପାଦନକୁ ପ୍ରୋତ୍ସାହିତ କରାଯିବ । ଗଞ୍ଜାମ ଜିଲ୍ଲାର ଛତ୍ରପୁର, ପୁରୀ ଜିଲ୍ଲାର ବ୍ରହ୍ମପୁର ଓ କୃଷ୍ଣପ୍ରସାଦର ମାଟି ତଳେ ରହିଥିବା ବିରଳ ଖଣିଜ ପଦାର୍ଥର ଉତ୍ତୋଳନ କରି ବିଦେଶକୁ ରପ୍ତାନୀ କରିବ ଭାରତ । ଏହା ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ, ସ୍ମାର୍ଟଫୋନ୍, ସବୁଜ ଶକ୍ତି, ପ୍ରତିରକ୍ଷା ଏବଂ ବିମାନ ଚଳାଚଳ, ଶିଳ୍ପ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିନିଯୋଗ ହେଉଥିବାରୁ ଏହାର ଚାହିଦା ବିଶ୍ୱ ବଜାରରେ ଅଶୋଧିତ ତୈଳଠୁ ବି ଅଧିକ ରହିଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ବେଶ୍ ଲାଭବାନ ହେବ ଓଡ଼ିଶା ।
ଅଧିକ ପଢ଼ନ୍ତୁ : ଓଡ଼ିଶାକୁ ରେକର୍ଡ ରେଳ ବଜେଟ୍; ଓଡ଼ିଶାର ଭାଗ୍ୟ ବଦଳାଇବ ପୂର୍ବ-ପଶ୍ଚିମ ପରିବହନ କରିଡର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍ରେ ଜଳମାର୍ଗ ସମ୍ପର୍କରେ ଘୋଷଣା କରିବା ପରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ଆସନ୍ତା ୫ ବର୍ଷ ମଧ୍ୟରେ ୨୦ଟି ନୂଆ ଜାତୀୟ ଜଳମାର୍ଗକୁ କାର୍ଯ୍ୟକାରୀ ଲକ୍ଷ୍ୟ ରଖାଯାଇଛି । ସେଥିରେ ବ୍ରାହ୍ମଣୀ ଓ ମହାନଦୀ ତଳମୁଣ୍ଡରେ ୫୫୮ କିମିର ଓଡ଼ିଶାର ଜାତୀୟ ଜଳମାର୍ଗ-୫ ରହିଛି । ଖଣି ସମୃଦ୍ଧ ଅଞ୍ଚଳ ତାଳଚେର, ଅନୁଗୁଳକୁ ଏହା ଶିଳ୍ପାଞ୍ଚଳ କଳିଙ୍ଗନଗର ଏବଂ ପାରାଦୀପ, ଧାମରା ବନ୍ଦରକୁ ଯୋଡ଼ିବ ଏହି ଜଳମାର୍ଗ । ଅନୁକୂଳ ପରିବେଶରେ ନିଜର କଞ୍ଚାମାଲ ଓ ଚୂଡ଼ାନ୍ତ ସାମଗ୍ରୀ ପରିବହନ କରିପାରିବେ ଶିଳ୍ପସଂସ୍ଥା । ତାଳଚେର ଓ ଅନୁଗୁଳରୁ କୋଇଲା ଜଳପଥ ଦେଇ କଳିଙ୍ଗନଗରରେ ଥିବା ବିଭିନ୍ନ କଳକାରଖାନା ଏବଂ ରାଜ୍ୟର ଦୁଇ ପ୍ରମୁଖ ବନ୍ଦର ପାରାଦୀପ ଓ ଧାମରାରେ ପହଞ୍ଚିପାରିବ । ଏଥି ସହିତ ବିଭିନ୍ନ ଶିଳ୍ପସଂସ୍ଥାର ଚୂଡ଼ାନ୍ତ ସାମଗ୍ରୀ ମଧ୍ୟ ଦୁଇ ବନ୍ଦରରେ ପହଞ୍ଚିପାରିବ ।
ଅତୀତରେ ଇଂରେଜ ଶାସନ ସମୟରେ ଜଳପଥର ବିନିଯୋଗ କରି ପଣ୍ୟ ପରିବହନ କରିପାରୁଥିଲେ । ଯାହାର ମୁକସାକ୍ଷୀ ରହିଛି କଟକ ମାଲଗୋଦାମ । ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ କରାଗଲେ କେବଳ ଭାରତ ନୁହେଁ ସାରା ବିଶ୍ୱର ବ୍ୟାବସାୟିକ ହବ୍ ହୋଇପାରିବ ଓଡ଼ିଶା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/02/rare-earth-corridor-2026-02-02-21-14-34.jpg)