ଜାତୀୟ ମହିଳା ଦିନିକିଆ: ଓଡ଼ିଶାର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରେ ଶେଷ

Advertisment

ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ଓ ୩ ପରାଜୟରୁ ୧୬ ପଏଣ୍ଟ୍‌ ପାଇ ଚତୁର୍ଥ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛି। ବୁଧବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଓଡ଼ିଶା ୧ ୱିକେଟ୍‌ରେ ମହାରାଷ୍ଟ୍ରଠୁ ହାରିଯାଇଛି। ରାଜକୋଟରେ ମାଧୁରୀ ମେହେଟା (୮୮)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୯.୪ ଓଭରରେ ୧୯୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

india

କନକ ବ୍ୟୁରୋ: ଚଳିତ ଜାତୀୟ ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରେ ଶେଷ ହୋଇଛି । ୮ ଦଳୀୟ ଏଲିଟ୍‌-ଏ ଗ୍ରୁପ୍‌ରେ ଥିବା ଓଡ଼ିଶା ୭ ମ୍ୟାଚ୍‌ରୁ ୪ ବିଜୟ ଓ ୩ ପରାଜୟରୁ ୧୬ ପଏଣ୍ଟ୍‌ ପାଇ ଚତୁର୍ଥ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍‌ ପୂର୍ବରୁ ବିଦାୟ ନେଇଛି । ବୁଧବାର ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଓଡ଼ିଶା ୧ ୱିକେଟ୍‌ରେ ମହାରାଷ୍ଟ୍ରଠୁ ହାରିଯାଇଛି । ରାଜକୋଟରେ ମାଧୁରୀ ମେହେଟା (୮୮)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୯.୪ ଓଭରରେ ୧୯୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଅଧିନାୟିକା ଶୁଭ୍ରନିର୍ଝରିଣୀ ୩୦ ଓ ରାଣୀ ଟୁଡ଼ୁ ୨୩ ରନ୍‌ କରିଥିଲେ । କମ୍‌ ରନ୍‌ ହୋଇଥିଲେ ମଧ୍ୟ ଓଡ଼ିଶା ବୋଲରଙ୍କ ଚମତ୍କାର ବୋଲିଂ ମହାରାଷ୍ଟ୍ର ‌୯ ୱିକେଟ୍‌ ହରାଇ ୪୯ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।‌ ଗୋଟିଏ ପଟେ ୱିକେଟ୍‌ ଝଡ଼ୁଥିଲା ବେଳେ ଅନୁଜା ପାଟିଲ (୭୮*) ଅପରାଜିତ ରହି ଦଳକୁ ବିଜୟ ଦେବା ସହ କ୍ବାର୍ଟରଫାଇନଲ୍‌ରେ ପହଞ୍ଚାଇଥିଲେ । ତେଜସ୍ବିନୀ ବଟୱାଲ ୩୩ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ । ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ୩ ଏବଂ ରିମା ଲକ୍ଷ୍ମୀ ଏକ୍କା ଓ ନିବେଦିତା ଜନ୍‌ ନାଏକ ୨ ଲେଖାଏଁ ୱିକେଟ୍‌ ନେଇଥିଲେ । 

ଏହା ବି ପଢ଼ନ୍ତୁ: ଶ୍ରୀଲଙ୍କାକୁ ଝଟକା, ପଥିରଣା ବାଦ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe