କନକ ବ୍ୟୁରୋ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ ପର୍ଯ୍ୟାୟ ପୂର୍ବରୁ ସହଆୟୋଜକ ଶ୍ରୀଲଙ୍କାକୁ ଲାଗିଛି ଜବରଦସ୍ତ ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଲିଗ୍ ମ୍ୟାଚ୍ ଅବସରରେ ନଳିଗୋଡ଼ରେ ଆଘାତ ଲାଗିଥିବାରୁ ଦ୍ରୁତ ବୋଲର ମଥିସା ପଥିରଣା ବିଶ୍ବକପ୍ର ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ଶ୍ରୀଲଙ୍କା କ୍ରିକେଟ୍ ଦଳର ବ୍ୟାଟିଂ ପରାମର୍ଶଦାତା ବିକ୍ରମ ରାଠୋର ବୁଧବାରର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଏହି ସୂଚନା ଦେଇଛନ୍ତି । ପାଲେକେଲରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ପଥିରଣା ମାତ୍ର ୪ଟି ବଲ୍ ବୋଲିଂ କରିବା ପରେ ନଳିଗୋଡ଼ ମାଂଶପେସୀରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ଗୋଡ଼କୁ ଟେକି ଧରି ତଳେ ପଡ଼ି ଯାଇଥିଲେ ।
ଏହା ବି ପଢ଼ନ୍ତୁ: ଅଷ୍ଟ୍ରେଲିଆରେ ବାସନ ମାଜିଲେ ପାକିସ୍ତାନ ହକି ଖେଳାଳି
ଫିଜିଓ ତୁରନ୍ତ ପଡ଼ିଆ ଭିତରେ ତାଙ୍କର ଚିିକିତ୍ସା କରିଥିଲେ । ହେଲେ ସେ ଠିକ୍ ହୋଇ ନଥିଲେ । ଫଳରେ ଫିଜିଓଙ୍କ ସୟେତାରେ ଛୋଟେଇ ଛୋଟେଇ ପଡ଼ିଆ ବାହାରକୁ ଯିବାକୁ ବାଧ୍ୟ ହୋଇଥିଲେ । ଦସୁନ ସନକା ତାଙ୍କ ଅସପୂର୍ଣ୍ଣ ଓଭରକୁ ପୂର୍ଣ୍ଣ କରିଥିଲେ । ମ୍ୟାଚ୍ ପରେ ତାଙ୍କ ଫିଟନେସ୍ର ଆକଳନ କରାଯାଇଥିଲା । ପୂରା ଠିକ୍ ହେବା ଲାଗି ତାଙ୍କୁ ଦୁଇରୁ ତିନି ସପ୍ତାହ ଲାଗିବ ବୋଲି ଜଣାପଡ଼ିଥିଲା । ଖୁବ୍ଶୀଘ୍ର ଆଇସିସିଠାରୁ ଅନୁମତି ନେଇ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରାଯିବ ବୋଲି କହିଛି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/pathirana-2026-02-18-21-57-13.jpeg)