କନକ ବ୍ୟୁରୋ: ଚଳିତ ଜାତୀୟ ମହିଳା ଦିନିକିଆ ପ୍ରତିଯୋଗିତାରେ ଓଡ଼ିଶାର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରେ ଶେଷ ହୋଇଛି । ୮ ଦଳୀୟ ଏଲିଟ୍-ଏ ଗ୍ରୁପ୍ରେ ଥିବା ଓଡ଼ିଶା ୭ ମ୍ୟାଚ୍ରୁ ୪ ବିଜୟ ଓ ୩ ପରାଜୟରୁ ୧୬ ପଏଣ୍ଟ୍ ପାଇ ଚତୁର୍ଥ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍ ପୂର୍ବରୁ ବିଦାୟ ନେଇଛି । ବୁଧବାର ନିଜର ଶେଷ ଗ୍ରୁପ୍ ମ୍ୟାଚ୍ରେ ଓଡ଼ିଶା ୧ ୱିକେଟ୍ରେ ମହାରାଷ୍ଟ୍ରଠୁ ହାରିଯାଇଛି । ରାଜକୋଟରେ ମାଧୁରୀ ମେହେଟା (୮୮)ଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୯.୪ ଓଭରରେ ୧୯୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଅଧିନାୟିକା ଶୁଭ୍ରନିର୍ଝରିଣୀ ୩୦ ଓ ରାଣୀ ଟୁଡ଼ୁ ୨୩ ରନ୍ କରିଥିଲେ । କମ୍ ରନ୍ ହୋଇଥିଲେ ମଧ୍ୟ ଓଡ଼ିଶା ବୋଲରଙ୍କ ଚମତ୍କାର ବୋଲିଂ ମହାରାଷ୍ଟ୍ର ୯ ୱିକେଟ୍ ହରାଇ ୪୯ତମ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଗୋଟିଏ ପଟେ ୱିକେଟ୍ ଝଡ଼ୁଥିଲା ବେଳେ ଅନୁଜା ପାଟିଲ (୭୮*) ଅପରାଜିତ ରହି ଦଳକୁ ବିଜୟ ଦେବା ସହ କ୍ବାର୍ଟରଫାଇନଲ୍ରେ ପହଞ୍ଚାଇଥିଲେ । ତେଜସ୍ବିନୀ ବଟୱାଲ ୩୩ ରନ୍ର ଉପଯୋଗୀ ପାଳି ଖେଳିଥିଲେ । ଓଡ଼ିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ୩ ଏବଂ ରିମା ଲକ୍ଷ୍ମୀ ଏକ୍କା ଓ ନିବେଦିତା ଜନ୍ ନାଏକ ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ବି ପଢ଼ନ୍ତୁ: ଶ୍ରୀଲଙ୍କାକୁ ଝଟକା, ପଥିରଣା ବାଦ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/18/india-2026-02-18-21-59-16.jpg)