କନକ ବ୍ୟୁରୋ: ନିଶା କାରବାରର ହବ୍ ପାଲଟିଛି ଓଡ଼ିଶା । ନିଶା କବଳରେ ପଡ଼ିଲେଣି ଯୁବ ଗୋଷ୍ଠୀ । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଶା ଖାଉଛନ୍ତି । ଅନେକ ଯୁବକ ଏବେ ଡ୍ରଗ୍ସ ବେପାରରେ ମାତିଛନ୍ତି । ଏହାରି ଭିତରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ଉତ୍ତର ସମସ୍ତଙ୍କୁ ଚମକାଇ ଦେଇଛି । ଡ୍ରଗ୍ସ, ବ୍ରାଉନ୍ ସୁଗାରଠାରୁ ଆରମ୍ଭ କରି ବିଦେଶୀ ମଦର ମାୟାରେ ପଡ଼ିଛନ୍ତି ଲୋକେ ।
ଏହା ବି ପଢ଼ନ୍ତୁ; ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍, ରାଜ୍ୟରେ ବଢ଼ିଛି ଗଞ୍ଜେଇ ତେଲର କାରବାର
ରାଜ୍ୟରେ ନିଶା କାରବାରକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ତଥ୍ୟ । ୧୦ ମାସରେ ବିକ୍ରି ହୋଇଛି ୬୨୦ ଲକ୍ଷ ଲିଟର ଲଣ୍ଡନ ପ୍ରୁଫ୍ ବିଦେଶୀ ମଦ । ୧୦୯୨ ଲକ୍ଷ ବଲ୍କ ଲିଟର ବିଅର ଓ ୯୭ ଲକ୍ଷ ଲିଟର ଲଣ୍ଡନ ପ୍ରୁଫ୍ ଦେଶୀ ମଦ । ସେହିପରି ୧୦ ମାସରେ ୬ ହଜାର ୫୬୯ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜ୍ୟବାସୀ । ବିଧାନସଭାରେ ଅବକାରୀ ମନ୍ତ୍ରୀ ରଖିଥିବା ଉତ୍ତର କହୁଛି ପ୍ରତିବର୍ଷ କ୍ରମାଗତ ଭାବେ ବଢି ଚାଲିଛି ମଦ ବିକ୍ରି । ୨୦୨୩-୨୪ରେ ମଦ ବିକ୍ରିରୁ ୭ ହଜାର ୨୧୬ କୋଟି ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ୮ ହଜାର ୧୯୫ କୋଟିର ରାଜସ୍ୱ ଆଦାୟ କରାଯାଇଛି ।
ବାଇଟ୍- ପି. ଅନ୍ବେଷା ରେଡ୍ଡୀ, ଅବକାରୀ କମିସନର (କଟକ)
ଭିଓ-୧: କେବଳ ମଦ କାରବାର ନୁହେଁ ବ୍ରାଉନ୍ସୁଗାରକୁ ନେଇ ଆସିଛି ଚମକେଇ ଦେଲା ଭଳି ତଥ୍ୟ । ବ୍ରାଉନ ସୁଗାର କାରବାରର ହବ ପାଲଟିଲାଣି ବାଲେଶ୍ୱର, ପୁରୀ, ଭୁବନେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲା । ବିଜେଡ଼ି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତରରେ ଅବକାରୀ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ନଜର ପକାନ୍ତୁ ।
- ଚଳିତ ମାସ ସୁଦ୍ଧା ଜବତ ହୋଇଛି ୪୦ କେଜି ୨୭୮ ଗ୍ରାମ୍
ଗିରଫ ହୋଇଛନ୍ତି ୪୮୧ ଜଣ - ୨୦୨୪-୨୫ରେ ଜବତ ହୋଇଛି ୨୮ କେଜି ୫୭୫ ଗ୍ରାମ୍
ଗିରଫ ହୋଇଥିଲେ ୩୬୧ ଜଣ - ୨୦୨୩-୨୪ ବର୍ଷରେ ଜବତ ୩୪ କେଜି ୪୨୬ ଗ୍ରାମ୍
ଗିରଫ ହୋଇଛନ୍ତି ୪୪୮ ଜଣ - ୨୦୨୨-୨୩ରେ ୩୨ କେଜି ୮୨୬ ଗ୍ରାମ୍ ବ୍ରାଉନ ସୁଗାର ଜବତ
ଗିରଫ ହୋଇଛନ୍ତି ୩୮୨ ଜଣ
ବିଶେଷ କରି ଯୁବପିଢ଼ିଙ୍କ ଭିତରେ ବଢ଼ୁଛି ନିଶା ପ୍ରତି ଦୁର୍ବଳତା । ମଦ, ଗଞ୍ଜେଇ, ଡ୍ରଗ୍ସ ଭଳି ନିଶାରେ ବୁଡ଼ି ରହୁଛନ୍ତି ଯୁବପିଢ଼ି । ଏଠି ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗ କରୁଛି କ’ଣ ? ନିଶା କାରବାର ପଛରେ କିଏ ? କାରବାର କରୁଥିବା ବଡ଼ ବେପାରୀଙ୍କୁ ଧରିବ କିଏ ?
Follow Us