କନକ ବ୍ୟୁରୋ: ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ନୂଆ ଚାଲ୍ ସମ୍ପର୍କରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ କେବଳ ଶୁଖିଲା ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ, ଏବେ ରାଜ୍ୟରେ ବଢିଛି ଗଞ୍ଜେଇ ତେଲ ପ୍ରସ୍ତୁତି । କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ତେଲର ଚୋରା କାରବାର ଜମାଇଛନ୍ତି ନିଶା ବେପାରୀ ।
ଏହା ବି ପଢ଼ନ୍ତୁ: ଘୁଞ୍ଚୁଛି ଡେଡ୍ଲାଇନ୍, ହେଉନି କାର୍ଯ୍ୟାନୁଷ୍ଠାନ: ବାବୁଙ୍କୁ ନାହିଁ ସରକାରଙ୍କ ଭୟ?
ଏଣିକି ଶୁଖିଲା ଗଞ୍ଜେଇ ନୁହଁ, ମାଫିଆଙ୍କ ପସନ୍ଦ ପାଲଟିଛି ଗଞ୍ଜେଇ ତେଲ । ଓଡିଶାର ଗଞ୍ଜେଇ ପୂର୍ବରୁ ମଧ୍ୟ ରାଜ୍ୟ ବାହାରେ ଚାହିଦାରେ ଥିଲା । ବର୍ତ୍ତମାନ ସେହି ଚାହିଦାକୁ ଆଧାର କରି “ଗଞ୍ଜେଇ ତେଲ” ବା ହାଶ ଓଇଲ ତିଆରିର ଏକ ନୂଆ ଧାରା ଦେଖାଦେଇଛି । ବିଶେଷକରି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ବଢିଛି ଏହି କାରବାର । ଗଞ୍ଜେଇ ଚାଲାଣ ଉପରେ ଚଢ଼ାଉ ହେବାରୁ ଏବେ ତେଲ ତିଆରି କରି ଚୋରାଚାଲାଣ ହେଉଛି । ମାମଲାରେ ମୁଖ୍ୟ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଛି ଏବଂ ତାଙ୍କ ନିକଟରୁ କିଛି ପ୍ରମାଣ ମିଳିଥିବା କହିଛନ୍ତି ପୁଲିସ ଡିଜି ।
ଗଞ୍ଜେଇରୁ ତେଲ ତିଆରି କରିବା ପାଇଁ ଗୁପ୍ତ ଲ୍ୟାବ୍ ବ୍ୟବହାର କରାଯାଉଛି । ଓଡିଶାରେ ତିଆରି ହେଉଥିବା ଗଞ୍ଜେଇ ତେଲ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଗୋଆ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ପର୍ଯ୍ୟନ୍ତ ରପ୍ତାନି ହେଉଛି । ନିଶା ବଜାରରେ ୧ ଲିଟର ଗଞ୍ଜେଇ ତେଲର ଦାମ୍ ୧୧ରୁ ୧୨ ଲକ୍ଷ ଟଙ୍କା ରହିଛି । ତଥ୍ୟ କହୁଛି ଗଞ୍ଜେଇ ତେଲ ବ୍ୟବସାୟରେ ଶହ ଶହ କୋଟି ଟଙ୍କାର କାରବାର ହେଉଛି । ରାଜ୍ୟ ସମେତ ରାଜ୍ୟ ବାହାରର ନିଶା ମାଫିଆ ଏହି ରାକେଟକୁ ଚଳାଉଛନ୍ତି ।
ଓଡିଶାରେ ତିଆରି ହେଉଥିବା ଗଞ୍ଜେଇ ତେଲ ରାଜ୍ୟ ସୀମା ଅତିକ୍ରମ କରି ଅନ୍ୟ ରାଜ୍ୟରେ ପହଞ୍ଚୁଛି । ତେବେ ପ୍ରଶ୍ନ ଉଠୁଛି, ସୀମା ଅତିକ୍ରମ ବେଳେ ଏଭଳି ନିଶା ସାମଗ୍ରୀ ଯାଞ୍ଚ ପାଇଁ ବ୍ୟବସ୍ଥା ଅଛି ତ? ବେଧଡକ ଭାବେ ତିଆରି ଓ ବିକ୍ରି ହୋଇଚାଲିଛି ଗଞ୍ଜେଇ ତେଲ, କିନ୍ତୁ କିପରି ଜାଣିନଥିଲା ଅବକାରୀ ବିଭାଗ, ନା ଜାଣିଲା ପରେ ବି ଚୁପ୍ ରହୁଛି ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/02/27/ganjei-oil-2026-02-27-20-57-02.png)