କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍‌ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସରକାରଙ୍କ ୫୦୦ ଦିନ ପୂର୍ତ୍ତି ଅବସରରେ ବସୁଥିବା କ୍ୟାବିନେଟ୍‌ ବୈଠକ ବେଶ୍‌  ଗୁରୁତ୍ବପୂର୍ଣ୍ଣ । ୫ରୁ ୭ଟି ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ବିଦ୍ୟାଳୟ ଗଣଶିକ୍ଷା, ଜଳସମ୍ପଦ, ଆଇନ, ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ବାଜିପାରେ ମୋହର । କିଛି ବଡ଼ ଘୋଷଣା କରିପାରନ୍ତି ସରକାର । କିଛି ମନ୍ତ୍ରୀ ଲୋକସେବା ଭବନରେ ଉପସ୍ଥିତ ରହିବେ । ଆଉ କିଛି ମନ୍ତ୍ରୀ ନୂଆପଡ଼ାରୁ ଭିସି ମାଧ୍ୟମରେ କ୍ୟାବିନେଟ୍‌ ବୈଠକରେ ଯୋଡ଼ି ହେବ। 

Advertisment

ପୂର୍ବରୁ ଛଅଟି ବିଭାଗର ୭ଟି ପ୍ରସ୍ତାବରେ ବାଜି ସାରିଛି କ୍ୟାବିନେଟ୍‌ ମୋହର । ସମବାୟ ବିଭାଗର ମଣ୍ଡି ହେବା ନେଇ ମଡେଲ୍ ପ୍ରସ୍ତୁତ ହେବାର ପ୍ରସ୍ତାବ ଅଛି । ପ୍ରଥମ ପ୍ରର୍ଯ୍ୟାୟରେ ୩୦୦ କୋଟି ବ୍ୟୟରେ ୩୮ଟି ମଣ୍ଡି ହେବ । ଗୋଦାମ, ଶୌଚାଳୟ, ଟ୍ରକ ପାର୍କିଂ ଆଦି ସୁବିଧା ରହିବ । ଦ୍ୱତୀୟ ପର୍ଯାୟରେ ୬୮ଟି ମଣ୍ଡି ହେବ । ବିମାନ ସେବା କ୍ଷେତ୍ରରେ ଓଡ଼ିଶା ହେବ ଆଞ୍ଚଳିକ ହବ୍‌ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ବିଶ୍ୱ ସ୍ତରୀୟ ରକ୍ଷଣା ବେକ୍ଷଣା ବ୍ୟବସ୍ଥା ସୃଷ୍ଟି ହେବ । ବିମାନ ରକ୍ଷଣ ବେକ୍ଷଣ ପାଇଁ ୪୦ ପ୍ରତିଶତ ସବସିଡିରେ ଜମି ରେଣ୍ଟ୍‌ ଦେବେ ସରକାର । ଏଥିପାଇଁ MS ଏୟାର ୱାର୍କସ ଇଣ୍ଡିଆ PVT LTD କମ୍ପାନିକୁ ଚୟନ କରିଛନ୍ତି ସରକାର ।

ଅଧିକ ପଢ଼ନ୍ତୁ..ହାତ ହରାଇବି ହାରିନାହାନ୍ତି, ଅପରେସନ୍ ସିନ୍ଦୂରର ରିଅଲ ହିରୋ ବରୁଣ କୁମାର

ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗରେ ସ୍ୱତନ୍ତ୍ର ସଂଗ୍ରହଳୟ ପାଇଁ ନିଯୁକ୍ତି ପାଇଁ ଗଠନ ହେବ କ୍ୟାଡର । ମୁଖ୍ୟ ରହିବେ ଅତିରିକ୍ତ ସଚିବ ପାହ୍ୟା ଅଧିକାରୀ । ରାଜ୍ୟରେ ୧୭ଟି ମ୍ୟୁଜିୟମ ଥିବା ବେଳେ ଆଗକୁ ୩୯ଟି ମ୍ୟୁଜିୟମ କରିବାକୁ ଯୋଜନା କରୁଛନ୍ତି ସରକାର । ୩୫୦ କୋଟି ବ୍ୟୟରେ ସହରରେ LED ଲାଇଟ୍‌ ଲାଗିବ । ନୂଆ ଲାଇଟ ଲାଗିବା ସହ ପୁରୁଣା ଲାଇଟ ମରାମତି ହେବ । ସମ୍ବଲପୁର ସହରରେ ୩୮୨ କୋଟି ଟଙ୍କା ଖର୍ଚ୍ଚରେ ୨୪ ଘଣ୍ଟିଆ ପାଣି ମିଳିବ । ହୀରାକୁଦ ଡ୍ୟାମରୁ ଆସିବ ପାଣି ।  ରାଜ୍ୟରେ ୮ ଟି ସରକାରୀ ନର୍ସିଂ କଲେଜ ସହ ୨୧ଟି ANM ସେଣ୍ଟର ଅଛି ଆଉ ୭ଟି ନୂଆ ନର୍ସିଂ କଲେଜ ଖୋଲିବେ ସରକାର ।