କନକ ବ୍ୟୁରୋ : ବୀର ଦର୍ପରେ ଆସିଲେ । ବାମ ହାତରେ ସାଲ୍ୟୁଟ୍ କଲେ । ମୁହଁରେ ଥିଲା ସ୍ମିତ ହସ । ସେହି ଚାଲି , ଆଉ ସାଲ୍ୟୁଟ୍ ଯେମିତି କହୁଥିଲା ,’ ଏ ଦେଶ ଗୋଟେ ନାଁ ନୁହେଁ ଇଏ ମହା ଉତ୍ସବର ପବିତ୍ର ଭୂମି । ଏଠି ଉତ୍ସବ ପାଳନ ହୁଏ ଆଉ ଏୟା ଉପରେ କ୍ରୁର ନଜର ପକାଉଥିବା ଶ୍ରତୁ ପାଇଁ ଯୁଦ୍ଧ ବି ଲଢ଼ାହୁଏ । ମୁଁ ସେ ଯୁଦ୍ଧ ଲଢ଼ିଛି, ଆଉ ଜିତିଛି ବି । ମୋର ବାମ ହାତର ଏ ସାଲ୍ୟୁଟ୍ ଏହାର ପ୍ରମାଣ । ଶ୍ରତୁର ଆକ୍ରମଣ ମୋ ଡାହାଣ ହାତକୁ ମୋଠାରୁ ଛଡ଼ାଇ ନେଇଛି ହେଲେ ମୁଁ ମୋ ମାଟି ପାଇଁ ଯାହା କରିଛି ତାକୁ ଶତ୍ରୁକୁ ସବକ୍ । ଆହୁରି ଲଢ଼ିବି । ଶେଷ ନିଃଶ୍ବାସ ଯାଏଁ ଲଢ଼ିବି’।
କର୍ପୋରାଲ ବରୁଣ କୁମାର... ଭାରତୀୟ ବାୟୁସେନାର ପାରା ମେଡିକାଲ ଅଧିକାରୀ । ଭାରତୀୟ ବାୟୁସେନାର ଏଭଳି ଯୋଦ୍ଧା ଯିଏ ନିଜର ଡାହାଣ ହାତକୁ ହରାଇବା ପରେ ବି ସାଲ୍ୟୁଟ୍ କରିବା ଛାଡ଼ିନାହାନ୍ତି । ବରୁଣ କୁମାରଙ୍କ ବୀରତ୍ବର କାହାଣୀ ଆପଣଙ୍କ ମନରେ ଶତ ସିଂହର ସାହାସ ଆଣିଦେବ ।
ମହିଳା ଦିନିକିଆ ବିଶ୍ୱକପ୍ ସେମିଫାଇନାଲରେ ଭାରତ
ସେଦିନ ଥିଲା ମେ ୧୦ ତାରିଖ । ପାକିସ୍ତାନ ବିରୋଧରେ ଭାରତ ଚଳାଇଥିଲା ଅପରେସନ୍ ସିନ୍ଦୂର । ସୀମାରେ ଗର୍ଜୁଥିଲା ଗୁଳି । ମାଡ଼ ହେଉଥିଲା ମୋର୍ଟାର ଆଉ ମିଶାଇଲ । ସେ ସମୟରେ ବରୁଣ କୁମାର ଉଧମପୁର ବାୟୁସେନା ଷ୍ଟେସନର ମେଡିକେୟାର ସେଣ୍ଟରରେ ଦାୟିତ୍ବରେ ଥିଲେ । ପାକିସ୍ତାନ ପଟୁ ବାୟୁସେନା ଘାଟିରେ ମିଶାଇଲ ମାଡ଼ ହେଲା । ଏଥିରେ ଗୁରୁତର ଆହତ ହେଲେ କର୍ପୋରାଲ ବରୁଣ କୁମାର । ଏଥିରେ ତାଙ୍କର ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା, ଶରୀରରେ ଏକାଧିକ ଆଘାତ ଲାଗିଲା । ତାଙ୍କୁ ତୁରନ୍ତ ଉଧମପୁର କମାଣ୍ଡ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କୁ ୩୫ ଦିନ ଚିକିତ୍ସାରେ ରଖାଯାଇଥିଲା । ସ୍ଥିତି ସାମାନ୍ୟ ହେବାରୁ ତାଙ୍କୁ ପୁଣେ ସ୍ଥିତ ଆର୍ଟିଫିସିଆଲ ଲିମ୍ବ ସେଣ୍ଟର ବା ଏଏଲସିକୁ ସ୍ଥାନାନ୍ତର କରାଗଲା । ଏଠାରେ ତାଙ୍କର ଡାହାଣ କାନ୍ଧରୁ କୃତ୍ରିମ ହାତ ଲଗାଯିବା ସହ ବାମ ହାତରେ କିପରି ନିଜର ସବୁ କାମ କରିହେବ ସେ ନେଇ ଟ୍ରେନିଂ ଦିଆଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବରୁଣ ଶରୀରରେ ଏବେବି ଗୁଳିର କିଛି ଅଂଶ ରହିଛି । ହେଲେ ଯନ୍ତ୍ରଣାର ଟଇକେ ବି ଆଭାସ ନାହିଁ । ପତ୍ନୀ ଅଞ୍ଜୁ ନିରାଶ ହୋଇପଡ଼ିଥିବାବେଳେ ଖୋଦ୍ ବରୁଣ କିନ୍ତୁ ତାଙ୍କୁ ସାହାସ ଦେଇଥିଲେ।
ବରୁଣଙ୍କ ସାହାସ ଓ ସେବା ପାଇଁ ବରୁଣଙ୍କୁ ସ୍ବତନ୍ତ୍ର ସମ୍ମାନ ମିଳିଛି । ଆକ୍ଟୋବର ୮ ତାରିଖରେ ଗାଜିଆବାଦ ହିଣ୍ଡେନ୍ ବାୟୁସେନା ଘାଟିରେ ପାଳିତ ବାୟୁସେନାର ୯୩ ତମ ବାର୍ଷିକି ପାଳନ ଅବସରରେ ତାଙ୍କୁ ଦିଆଯାଇଛି ରାଷ୍ଟ୍ରୁସେନା ବାୟୁସେନା ପଦକ । ପଦକ ଗ୍ରହଣ ସମୟରେ ବାମ ହାତରେ ସାଲ୍ୟୁଟ କରିବାର ଭିଡିଓ ସୋସିଆଲ ମିଡିଆରେ ପୂରା ଭାଇରାଲ ହୋଇଗଲା । ଏ ସାଲ୍ୟୁଟ ଖାଲି ସାଲ୍ୟୁଟ ନଥିଲା ବରଂ ଶତ୍ରୁକୁ ସତର୍କବାଣୀ ଥିଲା ।
ବରୁଣ ସବୁବେଳେ ପତ୍ନୀ ଅଂଜୁଙ୍କୁ କହୁଥିଲେ, ବ୍ୟସ୍ତ ହେବାର କିଛି କାରଣ ନାହିଁ ଈଶ୍ବର ବଞ୍ଚାଇ ରଖିଛନ୍ତି ଅଧିକରୁ ଅଧିକ ଦେଶ ସେବା କରିବା ପାଇଁ । ଡାହାଣ ହାତ ଗଲେ କ’ଣ ହେଲା ମାଟି ମା’ର ସେବା ପାଇଁ ଏଇ ବାମ ହାତ ହିଁ ଯଥେଷ୍ଟ । ଅପରେସନ ସିନ୍ଦୂରର ଏହି ରିଅଲ ହିରୋ ବରୁଣଙ୍କୁ ସାରା ଦେଶ କରୁଛି ସଲାମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/24/1-2025-10-24-07-34-42.jpg)