ବାୟୁ ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା, ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

Advertisment

ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର । ଦେଶର ୫ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୪ସହର

Updated On

ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର । ଦେଶର ୫ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୪ସହର

ଅଦ୍ୟତନ ହୋଇଛି
Air pollution

Air pollution Photograph: (KanakNews)

କନକ ବ୍ୟୁରୋ: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତର ଦୁଇ ଦିନ ହେଲା ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ଦୁଇ ସହର । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁ ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ ସହର । ଆଜି ମଧ୍ୟ ୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ, ୩୨୨ ଏକ୍ୟୁଆଇ ସହ ବାରିପଦା ଦେଶର ତୃତୀୟ ପ୍ରଦୂଷିତ ସହର ରହିଛି । ସେହିପରି ଭୁବନେଶ୍ଵରର ଏକ୍ୟୁଆଇ ରହିଛି ୩୦୩ । 

ଅଧିକ ପଢନ୍ତୁ: ବଣଭୋଜି ଯାଉଥିଲେ ସାବଧାନ, ପ୍ରଦୂଷଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ତେବେ ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର। ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ବାୟୁ ମାନ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ଗତକାଲି ୩୦୦ରୁ ଅଧିକ ଏକ୍ୟୁଆଇ ସହ ଓଡ଼ିଶାରେ ବାୟୁ ମାନ ଅତି ଖରାପ ସ୍ତରରେ ଥିବା ସହର ମଧ୍ୟରେ ତାଳଚେର ଓ ଅନୁଗୁଳ ସମେତ ବାଲେଶ୍ବର, ବାରିପଦା, ଭୁବନେଶ୍ୱର, କଟକ ଓ କେନ୍ଦୁଝର ରହିଛି। କଟକର ଏକ୍ୟୁଆଇ ୩୨୪ ଥିଲା ବେଳେ ବାଲେଶ୍ବରର ୩୧୮, ଭୁବନେଶ୍ୱର ୩୧୭,  ବାରିପଦା ୩୧୨ ଓ କେନ୍ଦୁଝରରେ ଏକ୍ୟୁଆଇ ଥିଲା ୩୧୧। 
 
ତାଳଚେର ଓ ଅନୁଗୁଳ ଦେଶର ସବୁଠୁ ପ୍ରଦୂଷିତ ଦୁଇ ସହର
ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁ ମାନ ଅତି ଖରାପ ସ୍ତରରେ ରହିଛି 
ଦେଶର ୫ ସହର ମଧ୍ୟରେ ଓଡ଼ିଶାର ୪ ସହର
୩୫୫ ଏକ୍ୟୁଆଇ ସହ ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର
୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ
ବାରିପଦା ୩୨୨ ଏକ୍ୟୁଆଇ ସହ ତୃତୀୟ ପ୍ରଦୂଷିତ ସହର
ଭୁବନେଶ୍ବରର ଏକ୍ୟୁଆଇ ରହିଛି ୩୦୩
ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୭ ସହର
୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହର
୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର 
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ବାୟୁ ମାନ ସୂଚକାଙ୍କ ରିପୋର୍ଟ 
ଗତକାଲି ୩୦୦ରୁ ଅଧିକ ଏକ୍ୟୁଆଇ ସହ ଓଡ଼ିଶାରେ ବାୟୁ ମାନ ଅତି ଖରାପ ସ୍ତରରେ ରହିଥିଲା
ତାଳଚେର, ଅନୁଗୁଳ ସମେତ ବାଲେଶ୍ବର ପ୍ରଦୂଷିତ ସହର 
ବାରିପଦା, ଭୁବନେଶ୍ୱର, କଟକ ଓ କେନ୍ଦୁଝର ପ୍ରଦୂଷିତ ସହର
କଟକର ଏକ୍ୟୁଆଇ ୩୨୪, ବାଲେଶ୍ବରର ୩୧୮, ଭୁବନେଶ୍ୱର ୩୧୭
ବାରିପଦା ୩୧୨ ଓ କେନ୍ଦୁଝରରେ ଏକ୍ୟୁଆଇ ୩୧୧

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe