କନକ ବ୍ୟୁରୋ: ଚଳିତ ୪୬ତମ ଜାତୀୟ ଉପକନିଷ୍ଠ ବାଳିକା (୧୬ବର୍ଷରୁ କମ୍) ଭଲିବଲ୍ ପ୍ରତିଯୋଗିତାରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି । ହୁଗଲିରେ ଚାଲିଥିବା ଏହି ପ୍ରତିଯୋଗିତାରେ ପୁଡ଼ୁଚେରୀ ବିପକ୍ଷ ଏହି ମ୍ୟାଚ୍ରେ ଓଡ଼ିଶା ୩-୦ (୨୫-୨୦, ୨୫-୨୨, ୨୫-୧୯) ସେଟ୍ରେ ଆଧିପତ୍ୟ ବିସ୍ତାର କରିଥିଲେ । ଏଥିସହ ଦଳଗତ ପ୍ରଦର୍ଶନ କରି ପୁଡ଼ୁଚେରୀକୁ ସିଧାସଳଖ ସେଟ୍ରେ ମାତ୍ ଦେଇଥିଲେ । ଏଥିଲାଗି ଖେଳାଳିମାନଙ୍କୁ କିଟ୍, କିସ୍, କିମ୍ସ ପ୍ରତିଷ୍ଠାତା ତଥା ଓଡ଼ିଶା ଭଲିବଲ୍ ସଂଘ ସଭାପତି ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇବା ସହ ଅଗାମୀ ମ୍ୟାଚ୍ ଲାଗି ସଫଳତା କାମନା କରିଛନ୍ତି ।
ଏହା ବି ପଢ଼ନ୍ତୁ: ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟ୍ବଲ୍, ଫାଇନାଲରେ କେରଳ ପୁଲିସ
Follow Us