କନକ ବ୍ୟୁରୋ: ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ରେ ଚାଲିଥିବା ୧୪ତମ ସର୍ବଭାରତୀୟ ସମ୍ବଲପୁର କପ୍ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ କେରଳ ପୁଲିସ ପହଞ୍ଚିଛି । ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ କେରଳ ପୁଲିସ ଓ ୟୁନିଟ୍-୬ ଭୁବନେଶ୍ବର ମଧ୍ୟରେ ଖେଳାଯାଇଥିଲା । ଏଥିରେ କେରଳ ଦଳ ୧-୦ ଗୋଲ୍ରେ ବିଜୟୀ ହୋଇ ଫାଇନାଲ୍ରେ ପ୍ରବେଶ କରିଥିଲା । ପ୍ରଥମାର୍ଦ୍ଧର ୧୪ ମିନିଟ୍ରେ କେରଳ ଦଳର ସଜେଶ୍ ଏକମାତ୍ର ଗୋଲ୍ ଦେଇଥିଲେ । ଆଜିର ମ୍ୟାଚ୍ରେ ଅତିଥି ଭାବେ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (ଫାଓ)ର ସଭାପତି ତଥା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଳୀର ପୂର୍ବତନ ବିଧାୟକ ନାଉରୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ମାର୍ଚ୍ଚ ୧ ତାରିଖ କେରଳ ରାଜ୍ୟ ବିଦ୍ୟୁତ୍ ବୋର୍ଡ ଓ କେରଳ ପୁଲିସ ଦଳ ମଧ୍ୟରେ ଫାଇନାଲ ମୁକାବିଲା ହେବ ।
ଏହା ବି ପଢ଼ନ୍ତୁ: ସିଭିଲ ସର୍ଭିସ ହକି: ଓଡ଼ିଶା ମହିଳା ଦଳ ଫାଇନାଲରେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/football-2026-02-27-22-10-39.jpg)