କନକ ବ୍ୟୁରୋ: ଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତା ‘ନଗେଶ ଟ୍ରଫି’ର ଶେଷ ସୁପର-୮ ପର୍ଯ୍ୟାୟ ମ୍ୟାଚ୍ରେ ଓଡ଼ିଶା ୧୬ ରନ୍ରେ ଦିଲ୍ଲୀକୁ ପରାସ୍ତ କରିଛି । ବୁଧବାର ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଧନପତି ଗୌଡ଼ ଓ ପଙ୍କଜ ଭୁଏଙ୍କ ଦୁଇଅଙ୍କ ବିଶିଷ୍ଟ ପାଳି ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା । ଉଭୟ ଧନପତି ଓ ପଙ୍କଜ ୩୪ ରନ୍ ଲେଖାଏଁ କରିଥିଲେ । ୨୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଦିଲ୍ଲୀ ୬ ୱିକେଟ୍ ବିନିମୟରେ ମାତ୍ର ୧୮୮ ରନ୍ କରିବାକୁ ସକ୍ଷମ ହୋଇଥିଲା । ଲିଙ୍ଗରାଜ ରାଉତରା ୨ ଓ ସୁଖରାମ ମାଝି, ଧନପତି ଗୌଡ଼ ଓ ଅନିଲ କୁମାର ମଲ୍ଲିକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ଧନପତିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା । ଓଡ଼ିଶା ଗୁରୁବାରର ଦ୍ୱିତୀୟ ସେମିଫାଇନାଲରେ କର୍ଣ୍ଣାଟକକୁ ଭେଟିବ ।
ଏହା ବି ପଢ଼ନ୍ତୁ: ବିହାରୀଲାଲ ଟି-୧୦ କ୍ରିକେଟ୍ ୧୯ରୁ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/11/11bbs_84_11022026_111-2026-02-11-22-04-33.jpg)