କନକ ବ୍ୟୁରୋ: ପୋଖରୀପୁଟର ଅଗ୍ରଣୀ କ୍ରିକେଟ୍‌ ଅନୁଷ୍ଠାନ ବିହାରୀଲାଲ ସ୍ପୋର୍ଟସ ଟ୍ରଷ୍ଟ୍‌ ପକ୍ଷରୁ ୨୭ତମ ଅନ୍ତଃକ୍ଲବ୍‌ ବିହାରୀଲାଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଫେବ୍ରୁଆରି ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଟ୍ରଷ୍ଟ୍‌ ପଡ଼ିଆରେ ଅନୁଷ୍ଠିତ ହେବ । ଉଭୟ ବର୍ତମାନର ଖେଳାଳି ଏବଂ ଭେଟେରାନ୍‌ ବର୍ଗରେ ଖେଳାଯିବାକୁ ଥିବା ଏହି ଦୁଇଟି ପ୍ରତିଯୋଗିତାରେ ମୋଟ ୧୬ ଦଳ ଅଂଶ୍ରଗହଣ କରିବେ । ୧୦ ଓଭର ପାଳି ବିଶିଷ୍ଟ ଏହି ପ୍ରତିଯୋଗିତାର ବିଜେତାକୁ ୫୦,୦୦୦ ଏବଂ ଉପ ବିଜେତାକୁ ୩୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ଦୌଡ଼କୁଦ ସଂଘର ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା ଏବଂ ବିହାରୀଲାଲ୍‌ ସ୍ପୋର୍ଟସ ଟ୍ରଷ୍ଟ୍‌ ସଭାପତି ଅକ୍ଷୟ କୁମାର ଜେନା ପ୍ରକାଶ କରିଛନ୍ତି । 

Advertisment

ଏହା ବି ପଢ଼ନ୍ତୁ: ପାକିସ୍ତାନ ବିନା ବିଶ୍ବକପ୍‌ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ

ଫାଇନାଲ୍‌ ମ୍ୟାଚ୍‌ ୫ ବଲ୍‌ ଓଭର ବିଶିଷ୍ଟ ଏବଂ ୧୦୧ ବଲ୍‌ ବିଶିଷ୍ଟ ପାଳିରେ ଖେଳାଯିବ । ସେଥିରୁ ଗୋଟିଏ ବଲ୍‌ ଫ୍ରିହିଟ୍‌ ଯେଉଁଥିରୁ ସଂଗୃହିତ ରନ୍‌ର ଦୁଇଗୁଣା ସ୍କୋର୍‌ରେ ସଂଯୋଗ ହେବ । ବୁଧବାରର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର୍‌ ହୃଦୟବଲ୍ଲଭ ସାମନ୍ତରାୟ, ଟ୍ରଷ୍ଟ ସଦସ୍ୟ ମନୋଜ ପାତ୍ର, ପ୍ରଶିକ୍ଷକ ଶଶାଙ୍କ ଶେଖର ଦାସ, ତାପସ ଦଳେଇ, ତୋଫାନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଅଂଶଗ୍ରହଣକାରୀ ଦଳ:  ରାମେଶ୍ବର ସ୍ପୋର୍ଟିଂ, ପ୍ରଗତି ସ୍ପୋର୍ଟିଂ, ପାରାମାଉଣ୍ଟ୍‌ ସ୍ପୋର୍ଟିଂ, ମୁକ୍ତେଶ୍ବର କ୍ରିକେଟ୍‌ କ୍ଲବ୍‌, ଜାଗୃତି କ୍ରିକେଟ୍‌ ଏକାଡେମୀ,  ସହିଦ ସ୍ପୋର୍ଟିଂ, କିଶୋର କ୍ଲବ୍‌, ମହାବୀର ସ୍ପୋର୍ଟିଂ, ବିହାରୀଲାଲ୍‌ ସ୍ପୋର୍ଟସ ଟ୍ରଷ୍ଟ, ଏସ୍‌ପି ଫାଉଣ୍ଡେସନ୍‌, ପାୟୋନିୟର୍‌ କ୍ଲବ୍‌, ଯଦୁପୁର କ୍ରିକେଟ୍‌ ଏକାଡେମି ।