ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶା-ଜାପାନର ଦୀର୍ଘକାଳୀନ ସହଯୋଗ

Advertisment

ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶା ଏବଂ ଜାପାନ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଏବଂ ପାରସ୍ପରିକ ଅଭିବୃଦ୍ଧି ପାଇଁ ପଥ ପରିଷ୍କାର କରି ଏକ ସ୍ୱଚ୍ଛ ଦିଗକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ।  ଆଧ୍ୟାତ୍ମିକ ପର୍ଯ୍ୟଟନ, ଉପକୂଳବର୍ତ୍ତୀ ଗନ୍ତବ୍ୟସ୍ଥଳ ଏବଂ ଐତିହ୍ୟ ସ୍ଥଳ ସମେତ ଓଡିଶାର ଅନନ୍ୟ ଶକ୍ତି ଆଲୋକିତ ହେବ ଏବଂ ଭାଷା ତାଲିମ, ବିଶ୍ୱ ସେବା ମାନକ ଏବଂ ଆନ୍ତର୍ଜାତୀୟ ମାର୍କେଟିଂ ଭଳି ଫାଟ ଦୂର ହେବ ବୋଲି ଡେପୁଟି କନସୁନାଲ ଜେନେରାଲ ଅଫ ଜାପାନ ଆସିଦା କଟସୁନୋରୀ ମତ ପ୍ରକାଶ କରିଛନ୍ତି ।

promote tourism cultural exchange

promote tourism cultural exchange Photograph: (Google)

କନକ ବ୍ୟୁରୋ : ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶା ଏବଂ ଜାପାନ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଏବଂ ପାରସ୍ପରିକ ଅଭିବୃଦ୍ଧି ପାଇଁ ପଥ ପରିଷ୍କାର କରି ଏକ ସ୍ୱଚ୍ଛ ଦିଗକୁ ରୂପାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି ।  ଆଧ୍ୟାତ୍ମିକ ପର୍ଯ୍ୟଟନ, ଉପକୂଳବର୍ତ୍ତୀ ଗନ୍ତବ୍ୟସ୍ଥଳ ଏବଂ ଐତିହ୍ୟ ସ୍ଥଳ ସମେତ ଓଡିଶାର ଅନନ୍ୟ ଶକ୍ତି ଆଲୋକିତ ହେବ ଏବଂ ଭାଷା ତାଲିମ, ବିଶ୍ୱ ସେବା ମାନକ ଏବଂ ଆନ୍ତର୍ଜାତୀୟ ମାର୍କେଟିଂ ଭଳି ଫାଟ ଦୂର ହେବ ବୋଲି ଡେପୁଟି କନସୁନାଲ ଜେନେରାଲ ଅଫ ଜାପାନ ଆସିଦା କଟସୁନୋରୀ ମତ ପ୍ରକାଶ କରିଛନ୍ତି ।  ଭାରତ ଓ ଜାପାନ ମଧ୍ୟରେ ସଂସ୍କୃତି, ଶିକ୍ଷା ଓ ପର୍ଯ୍ୟଟନର ଆଦାନ ପ୍ରଦାନ ଉଦ୍ଦେଶ୍ୟରେ ପୁରୀର ହୋଟେଲ ହଲିଡେ ରିସୋର୍ଟ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

କନସୁଲେଟ ଜେନେରାଲ ଅଫ ଜାପାନ ଇନ କୋଲକାତା ଏବଂ ଇଣ୍ଡୋ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହୋଟେଲ ଆସେସିଏସନ ଅଫ ପୁରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲା । ଆସୋସିଏସନର କୋଷାଧ୍ୟକ୍ଷ  ରବିନାରାୟଣ ସାହୁ ସ୍ବାଗତ ଭାଷଣ ଦେଇଥିଲେ । କୁନା ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଏ ଅବସରରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଡେପୁଟି  କନସୋଲ ଜେନେରାଲ ଅଫ ଜାପାନ ଜାପାନିକ୍ ଗୀତ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ଏକ ପ୍ୟାନେଇ ଆଲୋଚନା ହୋଇଥିଲା । ସାମ୍ବାଦିକ ଅନୁଜ ଦାସ ପ୍ୟାନେଲ ପରିଚାଳନା କରିଥିଲେ ।

ଅଧିକ ପଢନ୍ତୁ : ରାଜ୍ୟ ବିକାଶରେ ସହଭାଗିତା ହେବ ପୁରୀର ପ୍ରସ୍ତାବିତ ଗ୍ରିନଫିଲ୍ଡ ଏୟାର ପୋର୍ଟ: କରିବ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି

ହଲିଡେ  ରିସୋର୍ଟର ପରିଚାଳନା ନିର୍ଦ୍ଦେଶକ ରାଜକିଶୋର ପାତ୍ର ଜାପାନ ସରକାରଙ୍କ ଇଣ୍ଡିଆ ବିଜ୍‌ନେସ ଆଡଭାଇଜର ଫର ଟୋଟୋରୀ ପ୍ରିଫେକ୍ଟର କୁନା ଦାସ, ଅନ୍ତର୍ଜାତୀୟ ଭ୍ରମଣକାରୀ ଜୟମ୍ଭ ସେଠ୍ ଓ ୱାର୍ଚ୍ଚ ୱାଇଡ ଗେଟ୍ ୱେଟ ପ୍ରତିଷ୍ଠାତା ଧନଞ୍ଜୟ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରେ ଦର୍ଶକ ଓ ପ୍ୟାନେଲିଷ୍ଟକ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe