କନକବ୍ୟୁରୋ : ଚଳିତ ବର୍ଷ ସାରସକଣା ବ୍ଲକ ଅନ୍ତର୍ଗତ ଶୀର୍ଷା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ତିନି ଦିନ ଧରି ମହାସମାରୋହରେ ୮ମ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟର ଅଧ୍ୟକ୍ଷ ସୁମନ୍ ଜାନାଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଯଶୋବନ୍ତ ମହାନ୍ତଙ୍କ ତତ୍ୱାବଧାନରେ କ୍ରୀଡ଼ା କାର୍ଯ୍ୟ ପରିଚାଳିତ ହୋଇଥିଲା। ପ୍ରଥମ ଦିବସରେ ଶୀର୍ଷା ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିରରୁ ମଶାଲ ପ୍ରଜ୍ଜ୍ୱଳନ କରାଯାଇ ଉତ୍ସବର ଶୁଭାରମ୍ଭ ହୋଇଥିଲା। ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହିତ ଯୋଗଦାନ କରିଥିଲେ ।
ଅଧିକ ପଢନ୍ତୁ.. ଉପକୂଳରୁ ଉପାନ୍ତ ଜାଲ ବିଛାଇଛନ୍ତି ସାଇବର ଠକ : ଟାର୍ଗେଟ୍ରେ ଥିଲେ ବଡ଼ବଡ଼ିଆ
ପିଲାମାନଙ୍କ ଶାରୀରିକ ଓ ମାନସିକ ଶକ୍ତିର ବିକାଶ ପାଇଁ ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସର୍ଟଫୁଟ୍, ବ୍ୟାଡମିଣ୍ଟନ୍, ଡିସ୍କସ୍ ଥ୍ରୋ, ଇଣ୍ଟର୍ ହାଉସ୍ କବାଡି ଇତ୍ୟାଦି ଖେଳର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ଇଣ୍ଟର୍ ହାଉସ୍ କ୍ରିକେଟ୍ ମ୍ୟାଚ୍ ଯେଉଁଥିରେ ସୁବର୍ଣ୍ଣରେଖା ହାଉସ୍ ବିଜୟ ହୋଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ କ୍ରୀଡ଼ା ଉତ୍ସବଟି ପରିଚାଳିତ ହୋଇଥିଲା ।
ଅଧିକ ପଢନ୍ତୁ... ଭକ୍ତଙ୍କ ଗଡ଼ରେ ଉଠିଲାନି ହାତ , ଅର୍ଥାଭାବ ନା ଦୁର୍ବଳ ରଣନୀତି ?
ଏହି ଉତ୍ସବରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ତିନି ଦିନ ଧରି ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଉତ୍ସବର ଉଦଯାପନୀ ସଭାରେ ସାରସକଣା ଏବିଓ ଙ୍କ ସମେତ ବ୍ଲକ୍ ର ସମସ୍ତ ସିଆରସିସି ଯୋଗ ଦେଇଥିଲି। ଏବିଓ ସୁମନ୍ତ ନାଏକ ଙ୍କ ଅଭିଭାଷଣ ସମସ୍ତ ପିଲାଙ୍କୁ ଉତ୍ସାହିତ କରିଥିଲା ।
ଛାତ୍ରଛାତ୍ରୀମାନଙ୍କର ଅଗ୍ରଗାମୀ ନିମନ୍ତେ ଅଧ୍ୟକ୍ଷ ସୁମନ୍ ଜାନା ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍ସାହିତ କରିବା ପାଇଁ ବିଭିନ୍ନ ବିଭାଗରେ ପାରଦର୍ଶିତା ହାସଲ୍ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ପରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାର୍ଚ ଫାଷ୍ଟ୍ କରିଥିଲେ ଏବଂ କ୍ରୀଡ଼ା ଶିକ୍ଷକଙ୍କ ସହଯୋଗରେ ଅଧ୍ୟକ୍ଷ ମହୋଦୟଙ୍କ ଦ୍ୱାରା କ୍ରୀଡ଼ା ପତାକାକୁ ଅବତରଣ କରାଯାଇଥିଲା । ପରିଶେଷରେ ସୁଚାର ରୂପେ ଖେଳ ପରିଚାଳନାରେ ସହଯୋଗ କରିଥିବାରୁ କ୍ରୀଡ଼ା ଶିକ୍ଷକ ଯଶୋବନ୍ତ ମହାନ୍ତ ବିଦ୍ୟାଳୟର ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/11/15/sports-2025-11-15-21-05-33.jpeg)