ଓଡ଼ିଶା ବେକାରୀର ଭୟଙ୍କର ଚିତ୍ର; ଅସ୍ଥାୟୀ ହୋମଗାର୍ଡ ପାଇଁ ମଝି ରାସ୍ତାରେ ପରୀକ୍ଷା ଦେଲେ ଉଚ୍ଚଶିକ୍ଷିତ

Advertisment

ରାସ୍ତା ଉପରେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନୁହେଁ । ଆଗୁଆ ଜିଲ୍ଲାର ପଛୁଆ କାହାଣୀ । ଓଡ଼ିଶାରେ ବେକାରି ଚିତ୍ର । ଉଦବେଗର ବିଷୟ ହେଉଛି, ଭିଡ଼ ସ୍ଥାୟୀ ଚାକିରି ପାଇଁ ନୁହେଁ, ବରଂ ଦିନକୁ ୬୦୦ ଟଙ୍କାର ମଜୁରି ପାଇଁ । ପୁଣି ମାସକର ସବୁ ଦିନ କାମ ନଥାଏ । ଏହି ପଦବି ପାଇଁ ଯୋଗ୍ୟତା ପଞ୍ଚମ ପାସ୍ ହୋଇଥିବା ଦରକାର ।

ରାସ୍ତା ଉପରେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନୁହେଁ । ଆଗୁଆ ଜିଲ୍ଲାର ପଛୁଆ କାହାଣୀ । ଓଡ଼ିଶାରେ ବେକାରି ଚିତ୍ର । ଉଦବେଗର ବିଷୟ ହେଉଛି, ଭିଡ଼ ସ୍ଥାୟୀ ଚାକିରି ପାଇଁ ନୁହେଁ, ବରଂ ଦିନକୁ ୬୦୦ ଟଙ୍କାର ମଜୁରି ପାଇଁ । ପୁଣି ମାସକର ସବୁ ଦିନ କାମ ନଥାଏ । ଏହି ପଦବି ପାଇଁ ଯୋଗ୍ୟତା ପଞ୍ଚମ ପାସ୍ ହୋଇଥିବା ଦରକାର ।

Home Guard Exam

Home Guard Exam Photograph: (Kanak News)

କନକ ବ୍ୟୁରୋ : ଓଡ଼ିଶାକୁ ୨୦୩୬ ସୁଦ୍ଧା ବିକଶିତ କରିବା ସ୍ୱପ୍ନରେ ବିଭୋର ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ନକ୍ସା ପ୍ରସ୍ତୁତ କରୁଛନ୍ତି ବାବୁ । କିନ୍ତୁ ସତ କିଛି ଅଲଗା । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଗୋଟିଏ ପରୀକ୍ଷା ଚିତ୍ର ବୟାନ କରୁଛି, ସରକାରଙ୍କ ବିକାଶ କାର୍ଯ୍ୟକ୍ରମରେ ସେମାନଙ୍କର ଭାଗ ନାହିଁ । ଜାତୀୟ ରାଜନୀତିକୁ ଦୋହଲାଇ ଦେବା ଭଳି ଏହି ଘଟଣା ଥରେ ନୁହେଁ ବାରମ୍ୱାର ଘଟୁଛି । ଆମେ ଆଜି ଅନୁଷ୍ଠିତ ହୋଇଥିବା ହୋମଗାର୍ଡ ପରୀକ୍ଷା କଥା କହୁଛୁ ।

ରାସ୍ତା ଉପରେ କୌଣସି ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ନୁହେଁ । ଆଗୁଆ ଜିଲ୍ଲାର ପଛୁଆ କାହାଣୀ । ଓଡ଼ିଶାରେ ବେକାରି ଚିତ୍ର । ଉଦବେଗର ବିଷୟ ହେଉଛି, ଭିଡ଼ ସ୍ଥାୟୀ ଚାକିରି ପାଇଁ ନୁହେଁ, ବରଂ ଦିନକୁ ୬୦୦ ଟଙ୍କାର ମଜୁରି ପାଇଁ । ପୁଣି ମାସକର ସବୁ ଦିନ କାମ ନଥାଏ । ଏହି ପଦବି ପାଇଁ ଯୋଗ୍ୟତା ପଞ୍ଚମ ପାସ୍ ହୋଇଥିବା ଦରକାର । କିନ୍ତୁ ପରୀକ୍ଷା ଦେଉଛନ୍ତି ବି.ଟେକ୍, ଏମ.ଟେକ୍, ଏମ୍‌ବିଏ ପଢ଼ିଥିବା ହଜାର ହଜାର ଉଚ୍ଚଶିକ୍ଷିତ । ବେକାରି ସ୍ଥିତି କେତେ ଉତ୍କଟ ଆପଣ ଏଇଠୁ ନିଶ୍ଚିତ ଅନୁମାନ କରିପାରୁଥିବେ । ହୋମଗାର୍ଡ ପଦ ପାଇଁ ହେଉଥିବା ପରୀକ୍ଷା ଭିତରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଝାରସୁଗୁଡ଼ା ଜିଲ୍ଲାରେ ୧୦୨ଟି ପଦ ପାଇଁ ୪ହଜାର ଓ ମୟୁରଭଞ୍ଜରେ ୨୮୦ ପଦ ପାଇଁ ପରୀକ୍ଷା ଦେଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ ।

ଅଧିକ ପଢ଼ନ୍ତୁ : ହୋମଗାର୍ଡ ପରୀକ୍ଷା ପାଇଁ ଲାଗିଛି ଭିଡ଼ : ୧୦୨ହୋମଗାର୍ଡ ପଦ ଲାଗି ୪ହଜାରରୁ ଅଧିକ ପରୀକ୍ଷାର୍ଥୀ

ଡିସେମ୍ବର ୧୬ତାରିଖରେ ସମ୍ବଲପୁର ଜମଦାରପାଲି ଏୟାରଷ୍ଟ୍ରିପରୁ ମଧ୍ୟ ସାମ୍ନାକୁ ଆସିଥିଲା ସମାନ ଚିତ୍ର । ଯାହା ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିବା ସହ ଓଡ଼ିଶା ବିକାଶର ଅସଲି ଚିତ୍ରକୁ ସାମ୍ନାକୁ ଆଣିଥିଲା । ଓଡ଼ିଶାରେ ବେକାରୀର କଥା ଆସିଲେ ପ୍ରଥମେ ମନକୁ ଦୁଇଟି ଚିତ୍ର ଆନ୍ଦୋଳିତ କରେ । କାମ ନପାଇ ହଜାର ହଜାର ସଂଖ୍ୟାରେ ଓଡ଼ିଆ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଆଉ ହୋମଗାର୍ଡ ହେବା ପାଇଁ ନିଜ ଦକ୍ଷତାକୁ ପଛକରି ମଝି ରାସ୍ତାରେ ଦେଉଛନ୍ତି ପରୀକ୍ଷା ।

ଗୋଟିଏ ପଟେ ରାଜ୍ୟ ସରକାର ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ନିଯୁକ୍ତି ମେଳାରେ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟି ନିଜ ସଫଳତାର ଡିଣ୍ଡିମ ପିଟୁଛନ୍ତି । ଏ ଚିତ୍ର କିନ୍ତୁ ଭିନ୍ନ କାହାଣୀ ବର୍ଣ୍ଣନା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe