ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ,  ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଲେ ବାପା, ମା ଓ ପତ୍ନୀ

ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଗୃହ ମନ୍ତ୍ରଣାଳୟ ଯୋଗାଯୋଗରେ ଜଗତସିଂହପୁର ପୁଲିସ୍ ।

kidnap youth

kidnap youth Photograph: (KanakNews)

କନକ ବ୍ୟୁରୋ:  ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ। ଉଦ୍ଧାର ପାଇଁ ବାପା, ମାଙ୍କ ଆକୁଳ ଆବେଦନ। ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଗୃହ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଜିଲ୍ଲା ପୁଲିସ୍ ପ୍ରଶାସନ। ଦକ୍ଷିଣ ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ବିଦ୍ରୋହୀମାନେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରି ନେଇଛନ୍ତି। ଅପହୃତ ଓଡ଼ିଆ ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କୋଟକଣା ଅଞ୍ଚଳର ଆଦର୍ଶ ବେହେରା ବୋଲି ଜଣାପଡିଛି। ଆଦର୍ଶଙ୍କୁ ସୁଦାନରେ ରାପିଡ୍ ସପୋର୍ଟ ଫୋର୍ସେସ ଅପହରଣ ପରେ ପଣବନ୍ଦୀ କରି ରଖିଛି ।

ରାଜଧାନୀରୁ ଯୁବକଙ୍କୁ ଅପହରଣ ; ୨୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍ ରଖିଲେ ଅପହରଣକାରୀ

ଅପହରଣ କରି ନିଆଯିବା ସହିତ ତାଙ୍କର ମୋବାଇଲ ଫୋନ୍ ଏବଂ ଅନ୍ୟ ସାମଗ୍ରୀ ମଧ୍ୟ ନେଇ ଯାଇଛନ୍ତି ଅପହରଣକାରୀ।ଆଦର୍ଶ ତାଙ୍କର ଏକ ଅଡିଓ ରେକର୍ଡିଂ ପତ୍ନୀଙ୍କ ପାଖକୁ ପଠାଇଥିଲେ। ସେଥିରେ ସେ କହିଛନ୍ତି, ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଅନୁରୋଧ କରନ୍ତି ତାହେଲେ ଅପହର୍ତ୍ତାମାନେ ମୁକ୍ତ କରିବେ। ସ୍ବାମୀଙ୍କୁ ଫେରାଇ ଆଣିବା ପାଇଁ ସୁସ୍ମିତା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଜଗତସିଂହପୁର ଏସ୍‌ପି ଅଙ୍କିତ କୁମାର ବର୍ମା। ସେ କହିଛନ୍ତି ଆମେ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗରେ ରହିଛୁ। ଆଦର୍ଶଙ୍କ ଅପହରଣ ସଂପର୍କ‌ରେ ସେମାନଙ୍କ ସହ ଆଲୋଚନା ହୋଇଛି। ମଙ୍ଗଳବାର ଏନେଇ ଅଧିକ ଆଲୋଚନା ହେବ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe