କନକ ବ୍ୟୁରୋ : ଥମିବାରେ ନାଁ ନେଉନି ଅପରାଧ , ରାଜଧାନୀରୁ ପୁଣି ହୋଇଛି ଅପହରଣ । ମୁଣ୍ଡ ଜାମିନ ରଖି ମାଗିଲେ ୨୦ ଲକ୍ଷ ଟଙ୍କା ମାଗିଲେ ଅପହରଣକାରୀ । ଗଞ୍ଜାମର ହରିଶ୍ଚନ୍ଦ୍ର ସାହୁଙ୍କୁ ଅପହରଣ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ପତ୍ନୀ ।
ହରିଶ୍ଚନ୍ଦ୍ର, ଭୁବନେଶ୍ବରରେ ଏକ ରୋଷେୟା ଭାବେ କାମ କରନ୍ତି । ଗତ ୨୨ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ଭୋଜି ଥିବା କହି ଘରୁ ବାହାରିଯାଇଥିଲେ । ତେବେ ରାତିରେ ଘରକୁ ନଆସିବାରୁ ପତ୍ନୀ, ତାଙ୍କ ଅଫିସ ନମ୍ବରକୁ ଫୋନ୍ କରିଥିଲେ । ଅଫିସ୍ ଓ ବ୍ୟକ୍ତିଗତ ଫୋନ୍ ବନ୍ଦ ଆସିବାରୁ ପତ୍ନୀଙ୍କ ସନ୍ଦେହ ବଢ଼ିଥିଲା । ଯାହା ପରେ ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/24/48-2025-09-24-13-34-35.jpg)