କନକ ବ୍ୟୁରୋ : ହାଇଦ୍ରାବାଦରେ ଜଳିଗଲେ ଓଡ଼ିଆ ଯୁବକ । ଗତକାଲି ହାଇଦ୍ରାବାଦରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ସେହି ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଆଉ ସେମାନଙ୍କ ମଧ୍ୟରେ ଥିଲେ ଜଣେ ଓଡ଼ିଆ ଯୁବକ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁରେ । ମୃତ ଯୁବକ ହେଲେ କେ. ଦୀପକ କୁମାର । ସେ ଆଇଟି ସେକ୍ଟରରେ କାମ କରିବା ପାଇଁ ବସ୍ ଯୋଗେ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲେ । ଆଉ ଦୁର୍ଭାଗ୍ୟବସତଃ ଦୁର୍ଘଟଣା ଘଟି ବସରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଅଧିକ ପଢ଼ନ୍ତୁ...କଲ୍ ସେଣ୍ଟରରୁ ଆରମ୍ଭ, ଏବେ ବିହାର ରାଜନୀତିରେ ନୂଆ ମୁହଁ
କେ. ଦୀପକ କୁମାର ବାପା ମାଆର ଗୋଟିଏ ବୋଲି ପୁଅ । ପୁଅର ଏଭଳି ମୃତ୍ୟୁକୁ ନେଇ ପରିବାର ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଡିଏନ୍ଏ ଟେଷ୍ଟ ପରେ କେ. ଦୀପକ କୁମାର ମୃତ୍ୟୁ ବରଣ କରିଥିବା ସ୍ପଷ୍ଟ ହୋଇଥିଲା । ମୃତଦେହକୁ ୪୮ ଘଣ୍ଟା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଦୀପକଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/25/hyderabad-2025-10-25-16-33-54.jpg)