ଓଡ଼ିଆ ଭାଷାକୁ ହତାଦର, ଓଡ଼ିଆରେ ଲେଖିବାକୁ ରାଜି ନୁହନ୍ତି ବାବୁ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତର

Advertisment

ଗତ ଡିସେମ୍ୱର ୩୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ। ଆଉ ୧ ତାରିଖରେ ତୃତୀୟ ମହଲାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଶାସନତନ୍ତ୍ର କେମିତି ଚାଲିବ ସେନେଇ ୧୫ ସୂତ୍ରୀ ଫର୍ମୂଲା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୫ ସୂତ୍ରୀ ଫର୍ମୂଲା ଭିତରେ ସବୁଠୁ ବଡ଼ ନିର୍ଦ୍ଦେଶ ଥିଲା ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ କରିବା। ତାପରେ ପ୍ରତ୍ୟେକ ବିଭାଗର ସମୀକ୍ଷା ବୈଠକରେ ଓଡ଼ିଆ ଭାଷାରେ ପ୍ରଶାସନିକ କାର୍ଯ୍ୟ  କରିବାକୁ ବାବୁ, ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା।

4A

କନକ ବ୍ୟୁରୋ :  ନିର୍ଦ୍ଦେଶ ପରେ ନିର୍ଦ୍ଦେଶ ଦିଆଯାଉଛି, ଓଡ଼ିଆ ଭାଷାକୁ ସରକାରୀସ୍ତରରେ କାର୍ଯ୍ୟକାରୀ  କରିବା ପାଇଁ । ହେଲେ କିଛି ଅମାନିଆ ବାବୁଙ୍କର ଓଡ଼ିଆ ଭାଷା ପ୍ରତି ହୀନମନ୍ୟତା ଯାଉନି । ଯାହାଦ୍ୱାରା ପ୍ରଶାସନିକ ସ୍ତରରେ ଓଡ଼ିଆ ଭାଷା ଠିକରେ କାର୍ଯ୍ୟକାରୀ   ହୋଇପାରୁନାହିଁ । 

ଗତ ଡିସେମ୍ୱର ୩୧ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଲେ ଅନୁ ଗର୍ଗ। ଆଉ ୧ ତାରିଖରେ ତୃତୀୟ ମହଲାକୁ ମୁଖ୍ୟ ଶାସନ ସଚିବଙ୍କୁ ଡାକି ଶାସନତନ୍ତ୍ର କେମିତି ଚାଲିବ ସେନେଇ ୧୫ ସୂତ୍ରୀ ଫର୍ମୂଲା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ୧୫ ସୂତ୍ରୀ ଫର୍ମୂଲା ଭିତରେ ସବୁଠୁ ବଡ଼ ନିର୍ଦ୍ଦେଶ ଥିଲା ଓଡ଼ିଆ ଭାଷାରେ ଶାସନ କାର୍ଯ୍ୟ କରିବା। ତାପରେ ପ୍ରତ୍ୟେକ ବିଭାଗର ସମୀକ୍ଷା ବୈଠକରେ ଓଡ଼ିଆ ଭାଷାରେ ପ୍ରଶାସନିକ କାର୍ଯ୍ୟ  କରିବାକୁ ବାବୁ, ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା। ହେଲେ ଏଥିରେ ବଡ଼ ବିଲକ୍ଷଣ ଦେଖିବାକୁ ମିଳୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ ଫୁ କରି ଉଡ଼ାଇ ଦେଉଛନ୍ତି ଲୋକସେବା ଭବନର ବାବୁ ଓ ଅଧିକାରୀ।  ଖୋଦ୍ ଗୃହ, ଅର୍ଥ ଓ ସାଧାରଣ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ । ହେଲେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ବାବୁ । 

ଅଧିକ ପଢ଼ନ୍ତୁ :ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ; ନିୟମ ଅବମାନନା କଲେ ଜାରିହେବ କାରଣ ଦର୍ଶାଅ ନୋଟିସ୍

କେବଳ ଲୋକସେବା ଭବନ ନୁହେଁ ଜିଲ୍ଲାସ୍ତରରେ ମଧ୍ୟ ଓଡ଼ିଆ ଭାଷାର ବ୍ୟବହାର ପାଇଁ ନାକ ଟେକୁଛନ୍ତି ବାବୁ ଓ ଅଧିକାରୀ। ପ୍ରଶ୍ନ ଉଠୁଛି, କାହିଁକି ଓଡ଼ିଆ ଭାଷାରେ ଚିଠିକୁ ଗୁରୁତ୍ବ ଦେଉନାହିଁ ବିଭାଗ? ନିର୍ଦ୍ଦେଶ ପାଳନ କରୁନଥିବା ବାବୁଙ୍କ ଉପରେ କାହିଁକି ହେଉନି କାର୍ୟ୍ୟାନୁଷ୍ଠାନ? ଇଂରାଜୀରେ ଚିଠି କରିବାକୁ ଯେପରି ପଣ କରିଛନ୍ତି ଓଡ଼ିଆ ବାବୁ। ମାତୃଭାଷା ପ୍ରତି ଏତେ ହୀନମନ୍ୟତା କାହିଁକି? ଓଡ଼ିଆ ଭାଷାର ବ୍ୟବହାର କେବଳ ନିର୍ଦ୍ଦେଶନାମା ଓ ନାରାବାଜିରେ ଅଟକି ରହିଛି। ଆଖିଦୃଶିଆ କାର୍ୟ୍ୟାନୁଷ୍ଠାନ ହେଉନଥିବାରୁ ବାବୁଙ୍କ ଖାମଖିଆଲି ମଧ୍ୟ ବଢୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe