କନକ ବ୍ୟୁରୋ : ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ଯ୍ୟ ପାଇଁ । ସମସ୍ତ ବିଭାଗ ଓ ଜିଲ୍ଲାପାଳ ମାନଙ୍କୁ ଚିଠି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରିହେଲା ସୁବିସ୍ତୃତ ନିର୍ଦ୍ଦେଶାବଳୀ । ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଗୁରୁତ୍ୱ । ଅତ୍ୟନ୍ତ ଜରୁରୀ । ଏହାକୁ ଅବମାନନା କରୁଥିବା ଅଧିକାରୀଙ୍କୁ ପ୍ରଥମେ ଏ ସମ୍ପର୍କରେ ସତର୍କ କରାଯିବ ଏବଂ ଆବଶ୍ୟକ ହେଲେ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Advertisment

ଅଧିକ ପଢ଼ନ୍ତୁ : ବିଧାନସଭାରେ ବଢ଼ିପାରେ ଏକ ତୃତୀୟାଂଶ ଆସନ ! ବହୁ ନେତାଙ୍କ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଜିଲ୍ଲା ମାଜିଷ୍ଟ୍ରେଟ୍ କାର୍ଯ୍ୟାଳୟ, ସମସ୍ତ ସରକାରୀ ପରିଚାଳିତ ପ୍ରତିଷ୍ଠାନ ଏହି ନିୟମ ଅନୁପାଳନ କରିବେ । ବିଭିନ୍ନ ନିଗମ, ପୌର ସଂସ୍ଥା ଏବଂ ସ୍ୱାୟତ୍ତଶାସିତ ସଂସ୍ଥା ସଂଗଠନ ଇତ୍ୟାଦି ଏହି ନିର୍ଦ୍ଦେଶନାମାକୁ ପାଳନ କରିବେ । ପ୍ରଶାସନିକ ଭାଷା ଅଭିଧାନ ନିରନ୍ତର ଅପଡେଟ୍ ଏବଂ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯିବା ଉଚିତ । ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେବା ଉଚିତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ସାଧାରଣ ପ୍ରଶାସନ ବିଭାଗର ସଚିବ ।