କନକ ବ୍ୟୁରୋ :ନୂଆବର୍ଷରେ ନୂଆ ଟିମ୍ ବାଛିଲେ ମୋହନ ମାଝୀ । ଏବେ ଚର୍ଚ୍ଚାକୁ ଆସିଛନ୍ତି ୫ ବଡ଼ବାବୁ । ସେଥିରୁ ହେମନ୍ତ ଶର୍ମା ସାଜିଛନ୍ତି ସରକାରଙ୍କ କ୍ରାଇସିସ୍ ମ୍ୟାନେଜର । ହେଲେ କିଛି ଅଧିକାରୀଙ୍କ ପାଖରେ ରହିଛି ଏକାଧିକ ବିଭାଗ। ଯାହା ସେମାନଙ୍କୁ ଓଭର ବର୍ଡନ କରିପାରେ । ନୂଆବର୍ଷରେ ପାୱାର କରିଡ଼ରରେ ବଡ଼ଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ ଦାୟିତ୍ବ ପରେ ବରିଷ୍ଠ ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଦେଓରଞ୍ଜନ ସିଂ, ହେମନ୍ତ ଶର୍ମା, ଶୁଭା ଶର୍ମା, ଭାସ୍କରଜ୍ୟୋତି ଶର୍ମା ଓ ରାଜେଶ ପ୍ରଭାକର ପାଟିଲ୍ , ଏହି ୫ ବରିଷ୍ଠ ଆଇଏଏସ୍ ଅଧିକାରୀ ସରକାରଙ୍କ ପାଇଁ ଏବେ କ୍ରାଇସିସ୍ ମ୍ୟାନେଜର ପାଲଟିଛନ୍ତି ।
୧୯୯୩ ବ୍ୟାଚ ଆଇଏଏସ୍ ଦେଓରଞ୍ଜନ ସିଂ ହୋଇଛନ୍ତି ଲୋକସେବା ଭବନର ନମ୍ବର-ଟୁ ଅର୍ଥାତ୍ ଉନ୍ନୟନ କମିସନର । ସରକାରଙ୍କ ଯୋଜନା କାର୍ଯ୍ୟକାରୀ କରିବା ଦାୟିତ୍ବ ଦେଓରଞ୍ଜନଙ୍କ ହାତରେ । ଆଜି ବିଧିବଦ୍ଧ ଭାବେ ଦାୟିତ୍ବ ନେଇ କହିଛନ୍ତି, ୨୦୩୬ ସୁଦ୍ଧା ସମୃଦ୍ଧ ହେବ ଓଡ଼ିଶା । ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ବସ୍ତ ହୋଇଛନ୍ତି । ଦାୟିତ୍ବ ନେଉ ନେଉ ଜନସାଧାରଣଙ୍କ ନିରାପତ୍ତାକୁ ଦେଇଛନ୍ତି ପ୍ରାଥମିକତା ।
ଅଧିକ ପଢ଼ନ୍ତୁ---ପ୍ରତି ଘରେ ଖୁଁ ଖାଁ ; ହସ୍ପିଟାଲରେ ବଢ଼ୁଛି ରୋଗୀ ସଂଖ୍ୟା
ଏକାଧିକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ରହିଛି । ଆଉ ଏବେ ସଚିବଙ୍କ କ୍ଷେତ୍ରରେ ବି ସମାନ ସ୍ଥିତି । ଜଣେ ଜଣେ ସଚିବଙ୍କ ପାଖରେ ଏକାଧିକ ଦାୟିତ୍ବ । ଇମେଜ୍ ଗ୍ରାଫିକ୍ସ..ହେମନ୍ତ ଶର୍ମାଙ୍କ ପାଖରେ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ, ଇପିକଲ୍ ଅଧ୍ୟକ୍ଷ ଆଉ ଏବେ ଗୃହ ବିଭାଗ ଭଳି ଗୁରୁ ଦାୟିତ୍ବ । ଭାସ୍କରଜ୍ୟୋତି ଶର୍ମା ଅବକାରୀ, ଓପିଟିସିଏଲ୍ ସିଏମ୍ଡି, ଓଏସବିସିଏଲ୍ ଅଧ୍ୟକ୍ଷ ଏବଂ ଏବେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ। ଶୁଭା ଶର୍ମାଙ୍କ ପାଖରେ ମହିଳା ଓ ଶିଶୁ ବିକାଶ ଏବଂ ଜଳସମ୍ପଦ ବିଭାଗ । ରାଜେଶ ପ୍ରଭାକର ପାଟିଲ୍ ସମବାୟ ବିଭାଗର ସଚିବ ତଥା କମିସନର, ଓଏସ୍ଡବ୍ଲ୍ୟୁସିର ଅଧ୍ୟକ୍ଷ, ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ, ଆଉ ଏବେ ଏସ୍ଆର୍ସି ଏବଂ ଓସ୍ଡମାର ଏମ୍ଡି ଦାୟିତ୍ବ । ତେଣୁ ଆଗକୁ କିଭଳି ବିଭାଗ-ବିଭାଗ ମଧ୍ୟରେ ସମନ୍ବୟ ରଖି କାର୍ଯ୍ୟ କରିବେ, ତାହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ । ସବୁଠୁ ଅଭିଜ୍ଞ ଓ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଥିବା ସତ୍ୟବ୍ରତ ସାହୁଙ୍କୁ କ୍ଷମତା କରିଡରରୁ ଆଉଟ୍ କରାଯାଇଛି । ତାଙ୍କୁ ରାଜସ୍ବ ପର୍ଷଦର ସଦସ୍ୟ ଭାବେ ମିଳିଛି ଦାୟିତ୍ବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/02/odisha-2026-01-02-19-19-53.jpg)