ନବୀନ, ସଞ୍ଜୟଙ୍କୁ ଜୟ ଢୋଲକିଆଙ୍କ ଜବାବ : ବ୍ୟକ୍ତିଗତ ସ୍ତରରେ ନୂଆପଡ଼ା ରାଜନୀତି

ନୂଆପଡ଼ାରେ ନବୀନଙ୍କ ପ୍ରଚାର ଆଉ ବିଜେଡି ସହ ବେଇମାନ କଥା ଉଠିବା ପରେ ଏବେ ଏହାକୁ ନେଇ ତେଜିଛି ନୂଆପଡ଼ା ରାଜନୀତି । ବିଜେଡି ମୁଖିଆଙ୍କ ଏଭଳି ବୟାନ ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହାର ଜବାବ ଦେଇଛନ୍ତି । ସିଧା ସିଧା ନବୀନଙ୍କୁ ଜୟ କହିଛନ୍ତି, ଆଗରୁ କେବେ ବି ନୂଆପଡ଼ାରେ ପାଦ ପଡ଼ୁନଥିଲା, ଏମିତି କି ବାପାଙ୍କୁ ଦେଖିବାକୁ ବି ଆଗରୁ ଆସିନଥିଲେ ।

NUAPADA POLITICS

NUAPADA POLITICS Photograph: (KANAK NEWS)

କନକ ବ୍ୟୁରୋ: ନୂଆପଡ଼ାରେ ନବୀନଙ୍କ ପ୍ରଚାର ଆଉ ବିଜେଡି ସହ ବେଇମାନ କଥା ଉଠିବା ପରେ ଏବେ ଏହାକୁ ନେଇ ତେଜିଛି ନୂଆପଡ଼ା ରାଜନୀତି । ବିଜେଡି ମୁଖିଆଙ୍କ ଏଭଳି ବୟାନ ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏହାର ଜବାବ ଦେଇଛନ୍ତି । ସିଧା ସିଧା ନବୀନଙ୍କୁ ଜୟ କହିଛନ୍ତି, ଆଗରୁ କେବେ ବି ନୂଆପଡ଼ାରେ ପାଦ ପଡ଼ୁନଥିଲା, ଏମିତି କି ବାପାଙ୍କୁ ଦେଖିବାକୁ ବି ଆଗରୁ ଆସିନଥିଲେ । ହେଲେ ଏବେ ନିର୍ବାଚନବେଳେ ନୂଆପଡ଼ା କଥା ମନେପଡ଼ିଲା ବୋଲି ନବୀନଙ୍କୁ କଟାକ୍ଷ କରି କହିଛନ୍ତି ଜୟ ଢୋଲକିଆ । ଏହାସହ ଭୋଟର ସବୁ ଜାଣନ୍ତି, ଆଉ ସେମାନେ ହିଁ ଏହାର ବିଚାର କରିବେ ବୋଲି କହିଛନ୍ତି ନୂଆପଡ଼ାର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।

ବିଜେଡି ସୁପ୍ରିମୋଙ୍କ ବେଇମାନ ଉପଖ୍ୟାନ ପରେ ବିଜେଡି ନେତା ସଞ୍ଜୟ ଦାସବର୍ମା ଏହି କଥାକୁ ଆଗକୁ ବଢ଼ାଇ କହିଥିଲେ, ରାଜେନ୍ଦ୍ର ଢୋଲକିଆଙ୍କ ବିଚାରଧାରାକୁ ହତ୍ୟା କରି ଜୟ ଢୋଲକିଆ ବିଜେପିକୁ ଯାଇଛନ୍ତି । ସେ ନିଜେ କହିଥିଲେ, ସେ ବିଜେଡିର ପ୍ରାର୍ଥୀ ହେବେ । ହେଲେ ଦିଲ୍ଲୀରେ କଣ ଡିଲ୍ ହେଲା ଯେ, ସେ ବିଜେପି ପଳାଇଲେ ।

ଆହୁରି ପଢ଼ନ୍ତୁ : ସରକାର ଆସିଲେ ପ୍ରତି ମହିଳାଙ୍କ ଆକାଉଣ୍ଟକୁ ୩୦ ହଜାର, ଭୋଟ୍ ପଡ଼ିବା ପୂର୍ବରୁ ତେଜସ୍ୱୀଙ୍କ ବଡ଼ ଘୋଷଣା

ଏମିତି କି, ନବୀନ ପଟ୍ଟନାୟକ ରାଜୁ ଢୋଲକିଆଙ୍କ ମରଶରୀର କେମିତି ଚେନ୍ନାଇରୁ ଆସିବ ସେଥିପାଇଁ ଚାର୍ଟର ଫ୍ଲାଇଟ୍ ବ୍ୟବସ୍ଥା କରିଥିଲେ । ଭର୍ଚୁଆଲ୍ ମୋଡରେ ବି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇଥିଲେ । ହେଲେ ଜୟ ଢୋଲକିଆ କିନ୍ତୁ ସବୁ ଭୁଲି ବିଜେପିରେ ସାମିଲ ହେଇଥିଲେ ବୋଲି କହିଥିଲେ ସଞ୍ଜୟ ଦାସ ବର୍ମା । ଆଉ ଯାହାର ଜବାବ ରଖିବା ସହ ସଞ୍ଜୟ ଦାସ ବର୍ମାଙ୍କ କଥାକୁ ଖଣ୍ଡନ କରିଛନ୍ତି ଜୟ ଢୋଲକିଆ । ବିଜେଡି ତାଙ୍କ ବାପାଙ୍କ ପାଇଁ ଟଙ୍କାଟେ ବି ଖର୍ଚ୍ଚ କରିନି ବୋଲି କହିବା ସହ ତାଙ୍କ ବାପାଙ୍କ ଏୟାରଲିଫ୍ଟ ଖର୍ଚ୍ଚ ତାଙ୍କ ପରିବାର କରିଛି ବୋଲି କହିଛନ୍ତି ଜୟ ଢୋଲକିଆ ।

ନୂଆପଡ଼ା ଭୋଟ୍ ଯେତେ ଯେତେ ପାଖୋଉଛି । ନେତାଙ୍କ ବୟାନବାଜି ବି ସେତେ ଅଧିକ ହେବାରେ ଲାଗିଛି । ତେଣୁ ଦେଖିବାକୁ ବାକି ରହିଲା,ନୂଆପଡ଼ାରେ କିଏ ମାରୁଛି ବାଜି, ଆଉ ଏ ବାଏ ଇଲେକ୍ସନରେ ଜିତାପଟ ହାସଲ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe