କନକ ବ୍ୟୁରୋ: ନୂଆପଡ଼ାରେ ଏକ ତରଫା ଭାବରେ ଲିଡ୍ ନେଉଛି ବିଜେପି । ୨୬ ରାଉଣ୍ଡ ମଧ୍ୟରୁ ଶେଷ ହୋଇ ସାରିଛି ୬ ରାଉଣ୍ଡ ଭୋଟ ଗଣତି । ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ୨୧୯୯୫ ଭୋଟ୍ରେ ଲିଡ୍ କରିବାରେ ଲାଗିଛନ୍ତି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୩୦୬୪୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୮୬୪୬ ଖଣ୍ଡ ମିଳିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୭୮୯୧ଟି ଭୋଟ । ଏଠାରେ ବିଜେପି ପୂରା ୨୧୯୯୫ ଖଣ୍ଡ ଭୋଟ୍ରେ ଲିଡ୍ କରୁଛି ।
ପଞ୍ଚମ ରାଉଣ୍ଡରେ ସ୍ନେହାଙ୍ଗିନୀଙ୍କୁ ଟପି ଦ୍ବିତୀୟ ସ୍ଥାନରେ ଥିଲେ କଂଗ୍ରେସର ଘାସିରାମ ମାଝୀ । ପଞ୍ଚମ ରାଉଣ୍ଡ ଶେଷ ସୁଦ୍ଧା କଂଗ୍ରେସ ୬୭୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ୬୫୩୮ ଖଣ୍ଡ ଭୋଟ ପାଇଥିଲେ । ଅର୍ଥାତ ବିଜେଡିଠାରୁ କଂଗ୍ରେସ ୨୫୯ ଖଣ୍ଡ ଭୋଟରେ ଆଗୁଆ ରହିଥିଲା । ସେହିପରି ବିଜେଡି ଆଉ କଂଗ୍ରେସଠାରୁ ବହୁ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ବିଜେପି ୨୫୧୯୫ ଖଣ୍ଡ ଭୋଟ ପାଇଛନ୍ତି, ଆଉ ୧୮୩୯୮ ଖଣ୍ଡ ଭୋଟରେ ଆଗୁଆ ରହିଥିଲେ ।
ତୃତୀୟ ରାଉଣ୍ଡ ସୁଦ୍ଧା ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିବାରେ ଲାଗିଥିଲେ । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧୪ ହଜାର ୩୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୪୩୫୭ ଖଣ୍ଡ ମିଳିଥିଲା । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଥିଲା ୩୫୩୦ଟି ଭୋଟ । ଏଠାରେ ବିଜେପି ୧୦୦୧୩ ଖଣ୍ଡ ଭୋଟ୍ରେ ଲିଡ୍ କରୁଥିଲା ।
ଦ୍ବିତୀୟ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିଚାଲିଥିଲେ । ୧୦ହଜାର ୪୩୬ ଭୋଟରେ ଆଗୁଆ ଅଛନ୍ତି ଜୟ ଢୋଲକିଆ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦୨୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଥିଲା ୨୨୩୪ ଖଣ୍ଡ ଭୋଟ୍ । କହିବାକୁ ଗଲେ, ୮୦ ଖଣ୍ଡ ଭୋଟରେ ଚାଲିଥିଲା ବିଜେଡି -କଂଗ୍ରେସର ରେସ୍ । ଅନ୍ୟାନ୍ୟଙ୍କୁ ମିଳିଥିଲା ମାତ୍ର ୯୬ ଖଣ୍ଡ ଭୋଟ । ତେବେ ତୃତୀୟ ରାଉଣ୍ଡ୍ରେ କଂଗ୍ରେସଠାରୁ ବହୁ ଆଗରେ ରହଛି ବିଜେଡି ।
ଏହା ବି ପଢ଼ନ୍ତୁ: ପଞ୍ଚମ ରାଉଣ୍ଡର ଟ୍ରେଣ୍ଡ୍: ସ୍ନେହାଙ୍ଗିନୀଙ୍କୁ ଟପି ଦ୍ବିତୀୟ ସ୍ଥାନରେ ଘାସିରାମ, ବହୁ ଆଗରେ ଜୟ ଢୋଲକିଆ
ଏହାପୂର୍ବରୁ ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବି ଆଗରେ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଥିଲେ । ପ୍ରଥମ ରାଉଣ୍ଡ୍ରେ ଜୟ ଢୋଲକିଆ ୩ ହଜାର ୫୪୭ ଭୋଟରେ ଆଗୁଆ ରହିଥିଲେ ।
Follow Us