କନକ ବ୍ୟୁରୋ: ନୂଆପଡ଼ାରେ ଜାରି ରହିଛି ଭୋଟ ଗଣତି ପ୍ରକ୍ରିୟା ମୋଟ ୨୬ ରାଉଣ୍ଡ ମଧ୍ୟରୁ ଶେଷ ହୋଇ ସାରିଛି ପ୍ରଥମ ୩ ରାଉଣ୍ଡ ଭୋଟ ଗଣତି । ତୃତୀୟ ରାଉଣ୍ଡ ସୁଦ୍ଧା ଲଗାତାର ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିବାରେ ଲାଗିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧୪ ହଜାର ୩୭୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୪୩୫୭ ଖଣ୍ଡ ମିଳିଛି । ସେପଟେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୩୫୩୦ । ଏଠାରେ ବିଜେପି ୧୦୦୧୩ ଖଣ୍ଡ ଭୋଟ୍ରେ ଲିଡ୍ କରୁଛି ।
ଏହା ବି ପଢ଼ନ୍ତୁ: ଆସିଲା ନୂଆପଡ଼ା ଟ୍ରେଣ୍ଡ୍: ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ଦ୍ବିତୀୟ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଲିଡ୍ କରିଚାଲିଥିଲେ । ୧୦ହଜାର ୪୩୬ ଭୋଟରେ ଆଗୁଆ ଅଛନ୍ତି ଜୟ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦୨୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଥିଲା ୨୨୩୪ ଖଣ୍ଡ ଭୋଟ୍ । କହିବାକୁ ଗଲେ, ୮୦ ଖଣ୍ଡ ଭୋଟରେ ଚାଲିଥିଲା ବିଜେଡି -କଂଗ୍ରେସର ରେସ୍ । ଅନ୍ୟାନ୍ୟଙ୍କୁ ମିଳିଥିଲା ମାତ୍ର ୯୬ ଖଣ୍ଡ ଭୋଟ । ତେବେ ତୃତୀୟ ରାଉଣ୍ଡ୍ରେ କଂଗ୍ରେସଠାରୁ ବହୁ ଆଗରେ ରହଛି ବିଜେଡି ।
ଏହାପୂର୍ବରୁ ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ବି ଆଗରେ ରହିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଥିଲେ । ପ୍ରଥମ ରାଉଣ୍ଡ୍ରେ ଜୟ ଢୋଲକିଆ ୩ ହଜାର ୫୪୭ ଭୋଟରେ ଆଗୁଆ ରହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/11/11/nuapada-election-2025-11-11-06-20-21.jpg)