କନକ ବ୍ୟୁରୋ: ଆଜି ପୂରା ଦେଶର ନଜର ଯେମିତି ବିହାର ଉପରେ , ପୂରା ରାଜ୍ୟର ନଜର ବି ନୂଆପଡ଼ା ଭୋଟ ଗଣତି ଉପରେ ରହିଛି। ବର୍ତ୍ତମାନ ଟ୍ରେଣ୍ଡ ତଥା ଦ୍ବିତୀୟ ରାଉଣ୍ଡ ଗଣତି ଅନୁସାରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଜୋରସୋରରେ ଆଗେଇ ଚାଲିଛନ୍ତି । ୧୦ହଜାର ୪୩୬ ଭୋଟରେ ଆଗୁଆ ଅଛନ୍ତି ଜୟ । ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୩୦୨୩ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୨୨୩୪ ଖଣ୍ଡ ଭୋଟ୍ ମିଳିଛି । କହିବାକୁ ଗଲେ , ୮୦ ଖଣ୍ଡ ଭୋଟରେ ଚାଲିଛି ବିଜେଡି -କଂଗ୍ରେସର ରେସ୍ । ଅନ୍ୟାନ୍ୟଙ୍କୁ ମିଳିଛି ମାତ୍ର ୯୬ ଖଣ୍ଡ ଭୋଟ ।
ନୂଆପଡ଼ା ଜନାଦେଶ: ଭଲ ଲିଡ୍ ନେଇଛି ବିଜେପି, କାହା ଖାତାକୁ ଯିବ ୨୫ ହଜାର ଭୋଟ୍ ?
ପ୍ରାରମ୍ଭିକ ଟ୍ରେଣ୍ଡରେ ବି ବେଶ୍ ଆଗୁଆ ଥିଲେ ଜୟ ଢୋଲକିଆ । ଆଗରେ ଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରଥମ ରାଉଣ୍ଡରେ ଜୟ ଢୋଲକିଆ ୪ ହଜାର ୯୦୪ ଭୋଟ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ୧୩୫୭ ଆଉ କଂଗ୍ରେସ ପ୍ରାର୍ଥୀ ୧୩୦୮ ଖଣ୍ଡ ଭୋଟ ପାଇଥିଲେ । ପ୍ରାରମ୍ଭିକ ରାଉଣ୍ଡରେ ଜୟ ଢୋଲକିଆ ୩ ହଜାର ୫୪୭ ଭୋଟରେ ଆଗୁଆ ଥିଲେ । ତେବେ ଆହୁରି ୨୩ ରାଉଣ୍ଡ ଭୋଟ ଗଣତି ବାକି ଅଛି । ଦେଖିବା ବାକି ରହିଲା ନୂଆପଡ଼ାରେ କିଏ ମାରୁଛି ବାଜି ।
ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲ୍ରେ ୨୬ ରାଉଣ୍ଡ ଗଣତି ହେବ । ପ୍ରଥମେ ପୋଷ୍ଟାଲ୍ ବାଲାଟ୍, ପରେ ଇଭିଏମ୍ ଗଣତି ଚାଲିଛି । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେଉଛି । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ପ୍ରତ୍ୟେକ ଟେବୁଲରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ରହିଛନ୍ତି । ନୂଆପଡା ଉପନିର୍ବାଚନ ଫଳାଫଳ ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ରାଜନୀତି ତେଜିଛି ।
ଆସିଲା ନୂଆପଡ଼ା ଟ୍ରେଣ୍ଡ୍: ଆଗରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ
ସେହିପରି ଆଜି ବିହାର ବିଧାନସଭା ନିର୍ବାଚନ ଫଳାଫଳ ବି ଆସିବ । କିଏ ଆସନ୍ତା ୫ ବର୍ଷ ପାଇଁ ବିହାରରେ ସରକାର କରିବ ତାହା ସ୍ପଷ୍ଟ ହୋଇଯିବ । ପ୍ରାୟ ସବୁ ଏଗଜିଟ୍ ପୋଲ ରିପୋର୍ଟ ମୁତାବକ ଏନଡିଏ ପୁଣି ଥରେ ବିହାରର ସରକାର ଗଠନ କରିବ, ନାଁ ବୁଥ୍ ବାହୁଡ଼ା ମତ ଭୁଲ ପ୍ରମାଣିତ ହେବ, ତାହା ଉପରେ ପୁରା ଦେଶର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/14/3-2025-11-14-09-53-56.jpg)