କନକ ବ୍ୟୁରୋ : ଆଦିବାସୀ ଓ ମହିଳା ଭୋଟର ହେବେ ଉପନିର୍ବାଚନର ଗେମଚେଞ୍ଜର । ଯାହାକୁ ବାଛିବେ, ସେ ହେବ ନୂଆପଡ଼ାର ବାଜିଗର । ଏହି ଫର୍ମୁଲାକୁ ଧରି ତିନି ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା । ଷ୍ଟାର ପ୍ରଚାରକ, ଛାମୁଆ ନେତାଙ୍କୁ ଟାସ୍କ ଦିଆଯାଇଛି, ଯାହା କରୁଛ କର, ଏମାନଙ୍କ ମନାଇ ନିଜ ସାଙ୍ଗରେ ରଖ ।

Advertisment

ଭୋଟ୍ ପୂର୍ବରୁ ତେଜସ୍ୱୀଙ୍କ ବଡ଼ ଘୋଷଣା: ଏମାନଙ୍କୁ ମିଳିବ ୩୦ ହଜାର ଦରମା

ନୂଆପଡ଼ା ଦଖଲ ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ଏମିତି ଫର୍ମୁଲା ଧରି ଓହ୍ଲାଇଛନ୍ତି ମଇଦାନକୁ ।  ପ୍ରଚାରକୁ ତୃଣମୂଳସ୍ତରରେ ଜୋରଦାର କରିବା ପୂର୍ବରୁ ଛାମୁଆ ନେତାଙ୍କ କାନରେ ମନ୍ତ୍ର ଫୁଙ୍କିଛନ୍ତି, ମହିଳା ଓ ଆଦିବାସୀ ଭୋଟରଙ୍କୁ ଫୋକସ୍ କର।  ଏଇଥିପାଇଁ ଯେ ଯାହା ମୁଣିକୁ ଏମାନଙ୍କ ଭୋଟ୍‌ ଯିବ, ସିଏ ପିନ୍ଧିବ ବିଜୟ ମୁକୁଟ। ହେଲେ କାହିଁକି ନୂଆପଡାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ମହିଳା ଓ ଆଦିବାସୀ ଭୋଟର? ନଜର ପକାନ୍ତୁ ଏହି ତଥ୍ୟ ଉପରେ....
-ନୂଆପଡ଼ାରେ ଭୋଟର ହେଉଛନ୍ତି ୨ ଲକ୍ଷ ୫୧ ହଜାର
-ମହିଳା ଭୋଟର ହେଉଛନ୍ତି ୧ ଲକ୍ଷ ୨୬ ହଜାର ୧୩୨
-ଏହା ମୋଟ ଭୋଟର ସଂଖ୍ୟାର ୫୦%ରୁ ଅଧିକ
-ଆଦିବାସୀଙ୍କ ଭୋଟର ସଂଖ୍ୟା ୪୦% ରୁ ଅଧିକ
-ସିଧା କହିବାକୁ ଗଲେ ୧ ଲକ୍ଷରୁ ଅଧିକ ହେଉଛନ୍ତି ଆଦିବାସୀ ଭୋଟର

ତିନି ରାଜନୈତିକ ଦଳ ହାତରେ ଏବେ ମହିଳା ଓ ଆଦିବାସୀ କାର୍ଡ। ବିଜେପିର ଦାବି ନୂଆପଡ଼ାରେ ସେମାନଙ୍କ ଅମୋଘ ଅସ୍ତ୍ର ହେଲା ‘ସୁଭଦ୍ରା’। ଉଭୟ କୋମନା ଓ ନୂଆପଡାରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା ଅନ୍ୟଠୁ ଅଧିକ । ସେପଟେ ମହିଳା ହିଂସା ଓ ମିଶନ ଶକ୍ତିକୁ ପ୍ରସଙ୍ଗ କରିଛି ବିଜେଡି । ଏହି ଅସ୍ତ୍ର ଧରି  ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି ଦଳ । ଅନ୍ୟପଟେ ଜଣେ ଆଦିବାସୀକୁ ନେତୃତ୍ବ ଦେବାକୁ ଦୁଆର ଦୁଆର ବୁଲୁଛି କଂଗ୍ରେସ।

ନୂଆପଡ଼ା ଉପ ନିର୍ବାଚନ : ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ

ନୂଆପଡା ଉପନିର୍ବାଚନ ନେଇ କମ୍ପୁଛି ମଇଦାନ । ଆସନ୍ତା ୨୫ ତାରିଖ ପରେ ୩ ଦଳର ରଥି, ମହାରଥୀ ପ୍ରଚାରକୁ ଓହ୍ଲାଇବେ ଓ ଏହି ରଣନୀତିରେ ଆଗକୁ ବଢ଼ିବେ ।