କନକ ବ୍ୟୁରୋ: ନୂଆପଡ଼ାରେ ବିଜେପି ଏକ ବଡ଼ ବ୍ୟବଧାନରେ ଲିଡ୍ କରୁଛି । ଏହାପରେ ବିଜେପି କ୍ୟାମ୍ପ୍ରେ ଖୁସିର ମାହୋଲ ସୃଷ୍ଟି ହେଲାଣି । ଜିଲ୍ଲାର ବିଜେପି କାର୍ଯ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ଏହାପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରତିକ୍ରିୟା ରଖିଥିଲେ । କହିଥିଲେ ଏ ବିଜୟ ବିଜେପିର ନୁହେଁ ଏ ବିଜୟ ହେଉଛି ନୂଆପଡ଼ାବାସୀଙ୍କର । ଏବେ ନୂଆପଡ଼ା ଭୋଟ ଗଣତି ଟ୍ରେଣ୍ଡ୍କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କହିଲେ ନୂଆପଡ଼ାବାସୀଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ପଡ଼ିବ ।
୧୪ତମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ୪୬ ହଜାରରୁ ଅଧିକ ଭୋଟରେ ଆଗୁଆ ରହିଛି ବିଜେପି । ଜୟ ଢୋଲକିଆଙ୍କୁ ୧୪ତମ ଗଣତି ସୁଦ୍ଧା ୬୮ ହଜାର ୫୬୪ଟି ଭୋଟ ମିଳିଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୧ ହଜାର ୮୫୧ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୨୧ ହଜାର ୪୬୦ଟି ଭୋଟ୍ । ଏବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି, "ନୂଆପଡ଼ାବାସୀଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ପଡ଼ିବ । ସାଧାରଣ ଲୋକ ଏଠାରେ ଏକ ପରିବର୍ତ୍ତନ ଚାହୁଥିଲେ । ଯେତେ ଅଧିକ ଭୋଟ ମିଳିଲେ ବି ଆଶ୍ଚର୍ଯ୍ୟ ହେବାର ନାହିଁ । ନୂଆପଡ଼ାରେ ୭୮ ବର୍ଷ ହେଲା ମୌଳିକ ସମସ୍ୟାର ସମାଧାନ ହୋଇପାରୁନଥିଲା । ଏଠାରେ ଓଡ଼ିଶାର ସବୁଠାରୁ ଅଧିକ ଦାଦନ ଶ୍ରମିକ ଅଛନ୍ତି । ସେଠାରେ କେନ୍ଦୁପତ୍ର ତୋଳାଳିଙ୍କ ସଂଖ୍ୟା ବି ଅଧିକ । ଏଯାଏଁ ନୂଆପଡ଼ାରେ କୌଣସି କଳକାରଖାନା ପ୍ରତିଷ୍ଠା ହୋଇପାରିନି । କିନ୍ତୁ ଲୋକଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେଉଛି । ଲୋକଙ୍କୁ ବୁଝାଇବା ଆବଶ୍ୟକ ନଥିଲା । ବିଜେପିକୁ ଭୋଟ ଦେଲେ ସାମଗ୍ରିକ ବିକାଶ ହେଉଛି ଲୋକେ ଜାଣିଛନ୍ତି ।"
ଏହା ବି ପଢ଼ନ୍ତୁ: ବାପାଙ୍କୁ ପଛରେ ପକାଇଲେ ପୁଅ
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆହୁରି କହିଛନ୍ତି ଯେ, "ଆମେ ହାରିବା ପାର୍ଟି । ଆମେ ହାରି ହାରି କେବେ ଅଭିଯୋଗ କରିନୁ । ବିରୋଧୀ ଆତ୍ମସମୀକ୍ଷା ନକରି ଅନ୍ୟ ଉପରେ ଦୋଷ ଲଦିବା ଉଚିତ ହେବନି । ଠିକ ଫୋରମ୍ରେ ଯାଇ ସେମାନେ ଅଭିଯୋଗ କରିପାରିବେ । ରାଜନୀତିରେ ମୂଲ୍ୟବୋଧର ଲଢ଼େଇ ହେବା ଉଚିତ । ବିଜେପି ଉପରେ ଲୋକଙ୍କ ବିଶ୍ୱାସ ବଢ଼ିଛି । ନୂଆପଡ଼ା ପାଇଁ ଲୋକେ ନିଜେ ନିଜର ଷ୍ଟାର ପ୍ରଚାରକ ସାଜିଥିଲେ । "
Follow Us