Satbhaya Photograph: (KanakNews)
କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ। ରାଜ୍ୟ ରାଜନୀତିର ବଡ଼ ବଡ଼ ନେତା ପ୍ରତିନିଧିତ୍ୱ କରିଛନ୍ତି । ଅତି ସମ୍ୱେଦନଶୀଳ ଅଞ୍ଚଳର ଏହି ନିର୍ବାଚନମଣ୍ଡଳୀର ନେତା ସିନା ଆଗୁଆ, ଲୋକ କିନ୍ତୁ ବହୁ ପଛୁଆ । ଦିନାକେତେ ସମୁଦ୍ର ଗିଳିଦେଉଥିଲା ବୋଲି ଚର୍ଚ୍ଚାରେ ଥିଲା ସାତଭାୟା । ଗଣମାଧ୍ୟମ ତନାଘନା ପରେ ସରକାର ଏ ଅଞ୍ଚଳର ଲୋକଙ୍କୁ ଥଇଥାନ କଲେ ବଗପାଟିଆରେ । ହେଲେ ନଜର ପଡ଼ିଲାନି ମଗରକନ୍ଦା ଉପରେ । ବାଉଁଶଗଡ଼ କୁମ୍ଭୀର ସାଲୁବାଲୁ ନଦୀ ପାର ହୋଇ ଗୋଟିଏ କିଲୋମିଟର କାଦୁଅ ରାସ୍ତାରେ ଗଲେ ପଡ଼େ ଏହି ଗାଁ । ସାତଭାୟା ସଂଲଗ୍ନ ଏ ଅଞ୍ଚଳରେ ବାସ କରନ୍ତି ୭୦ ପରିବାର । ହେଲେ ସ୍ୱାଧୀନତାର ୭ଦଶନ୍ଧି ପରେ ମଗରକନ୍ଦାର ଚିତ୍ର କେମିତି ରହିଛି, ଏକଥା ଆମ ପ୍ରତିନିଧିଙ୍କୁ ବଖାଣିଛନ୍ତି ସ୍ଥାନୀୟ ଲୋକେ ।
ଶିକ୍ଷା କ’ଣ ଜାଣନ୍ତି ନାହିଁ ଏଠିକାର ଲୋକେ
୨୦୧୬ ପରଠୁ ପିଲାମାନେ ସ୍କୁଲ ଯାଇନାହାନ୍ତି
ଗତ ୫ ବର୍ଷରେ ୮ ଝିଅ ଓ ୧୦ ପୁଅ ୧୮ ବର୍ଷ ପୂର୍ବରୁ କରିଛନ୍ତି ବିବାହ
୧୫-୧୬ ବର୍ଷ ହେଲେ ପିଲା ଯାଉଛନ୍ତି ଦାଦନ ଖଟିବାକୁ
ଆଉ ଘରେ ତରବରିଆ ଭାବେ ସେହି ବୟସରେ କରାଉଛନ୍ତି ବିବାହ
ଅଧିକ ପଢନ୍ତୁ ;ମାଡୁଛି ସମୁଦ୍ର, ବଢୁଛି ଭୟ; ତଥାପି ଭିଟାମାଟି ଛାଡୁନାହାନ୍ତି ସାତଭାୟାର ୮୦ ପରିବାର
ସାତଭାୟା ଲୋକଙ୍କୁ ଥଇଥାନ କରାଯାଇଥିବା ବଗପାଟିଆର ଚିତ୍ର ବି ଭୟଙ୍କର। ବାବୁ ବାହା-ବା ନେଲେ, ଆଉ ଦାୟିତ୍ୱ ଝାଡ଼ି ବସିଗଲା ପ୍ରଶାସନ।
ଦଶମ ଶ୍ରେଣୀରେ ପଢ଼ୁଥିବା ପିଲା କରୁଛନ୍ତି ବିବାହ
୨୦୨୫ ମାଟ୍ରିକ ପରୀକ୍ଷା ପୂର୍ବରୁ ବିବାହ କରିଥିଲେ ୪ ଜଣ
ଦଶମ ପରୀକ୍ଷା ନଦେଇ କରିଥିଲେ ବିବାହ
ସରକାରୀ ଘୋଷଣା ଓ ସାତଭାୟାର ସତ ଦେଖୁ ଓଡ଼ିଶା
ପୁଲିସ, ମହିଳା ଓ ଶିଶୁ ବିକାଶ ବିଭାଗ ଜାଣି ବି ନିରବ
ଆଉ ଯେବେ କନକ ନ୍ୟୁଜ, ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ମତ ନିଏ, ସେବେ ଉତ୍ତର ବି ଆଚମ୍ୱିତ କଲାଭଳି ଆସେ ।
ପ୍ରଶ୍ନ ଉଠୁଛି, ଯଦି କେନ୍ଦ୍ରାପଡ଼ା ଜିଲ୍ଲା ସ୍ଥିତି ଏମିତି, ତେବେ ଓଡ଼ିଶାରେ ଉପାନ୍ତ ଅଞ୍ଚଳ ସ୍ଥିତି କେମିତି ହୋଇଥିବ, ଯେ କେହି ସହଜରେ ଅନୁଭବ କରିପାରିବ ।
Follow Us