କନକ ବ୍ୟୁରୋ : ସମୁଦ୍ର ଗର୍ଭରେ ଲୀନ ହୋଇଗଲା ସାତଭାୟାର ୭ଟି ଗାଁ । ଗାଁ ଲୋକଙ୍କୁ ଥଇଥାନ ପାଇଁ ସରକାର ୧୯୭୧ ମସିହାରେ ପକ୍ରିୟା ଆରମ୍ଭ କଲେ । ଗାଁର ୫୭୧ ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି । କିନ୍ତୁ ଏବେବି ସାତଭାୟାରେ ରହିଛନ୍ତି ୮୦ ପରିବାର । ଥଇଥାନ ପାଇଁ ଜାଗା ମିଳିଛି, କିନ୍ତୁ ରୋଜଗାରର ମାଧ୍ୟମ ନଥିବାରୁ ସାତଭାୟା ଛାଡୁନାହାଁନ୍ତି ।
ସମୁଦ୍ରର କରାଳ ରୂପ ଦେଖି ଦେହ ଶୀତେଇ ଉଠୁଛି । ଦିନ ଏଠି ଗାଁ ଥିଲା । ପିଢ଼ିପିଢ଼ି ଧରି ଶହଶହ ପରିବାର ବସବାସ କରୁଥିଲେ । ହେଲେ ଏବେ ସମୁଦ୍ର ଆଉ ବାଲିପଠା । ଦରିଆ ଗର୍ଭରେ ହଜି ଯାଇଛି ଗାଁ । ସମୁଦ୍ର ପାଣିରେ ଭାସି ଯାଇଛି ପିଲାଦିନ । ଲୀନ ହୋଇଯାଇଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟାର ୭ଟି ଗାଁ । ବାସହୀନ ୫୭୧ଟି ପରିବାରକୁ ବଗପାଟିଆରେ ଥଇଥାନ କରାଯାଇଛି । କିନ୍ତୁ ଏବେ ବି ୮୦ଟି ପରିବାର ସେଇଠି ବିପଦ ମୁହଁରେ ରହିଛନ୍ତି । ଜୀବିକା ହରାଇବା ଭୟରେ ପିଲାଛୁଆଙ୍କୁ ଧରି ସମୁଦ୍ର କୂଳରେ ପଡ଼ି ରହିଛନ୍ତି ମତ୍ସ୍ୟଜୀବୀ ପରିବାର ।
ସମୁଦ୍ର କୂଳରେ ଥିବା ଲୋକଙ୍କ କହିବା ଅନୁସାରେ, ଯେଉଁମାନେ ଥଇଥାନ ହୋଇଛନ୍ତି, ସେମାନଙ୍କୁ ମାତ୍ର ୧୦ ଡେିସିମିଲ ଜାଗା ଧରା ଦେଇ କାମ ସାରିଦେଇଛି ପ୍ରଶାସନ । ଅନେକଙ୍କ ଚାଷଜମିରେ ଲୁଣାପାଣି ମାଡିଗଲା । ଫଳରେ ରୋଜଗାର ମିଳୁନାହିଁ । ଯୁବକ ଯୁବତୀ ଦାଦନ ଖଟିବାକୁ ଯିବାକୁ ପଡୁଛି । ତେଣୁ ରୋଜଗାର ବ୍ୟବସ୍ଥା କଲେ ବଗପାଟିଆକୁ ଯିବେ ବୋଲି କହିଛନ୍ତି । ଅନ୍ୟପଟେ ବିଭିନ୍ନ ବିଭାଗ ସହ ଆଲୋଚନା ସରିଛି । ଖୁବଶୀଘ୍ର ରୋଜଗାର ଯୋଗାଇ ଦିଆଯିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।
ସାତଭାୟା ଅଧିକାଂଶ ପରିବାର ମତ୍ସ୍ୟଜୀବୀ । ସମସ୍ତେ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି । ତେଣୁ କେବଳ ବାସ ଖଣ୍ଡିଏ ପାଇଁ ଗାଁ ଛାଡ଼ିଦେଲେ କଣ ଖାଇ ବଞ୍ଚିବୁ ବୋଲି ପ୍ରଶ୍ନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/05/qYMJZsJIjq3bjOdnBeB2.jpg)