ମାଲକାନଗିରି ଏମଭି ୨୬ ହିଂସା ଘଟଣା: ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ

Advertisment

ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଏବେ ବି କଡା ସୁରକ୍ଷା ବ୍ୟବସ୍ଥା ସହ ଘନ ଘନ ଫ୍ଲାଗମାର୍ଚ ଜାରି ରହିଛି ।

ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଏବେ ବି କଡା ସୁରକ୍ଷା ବ୍ୟବସ୍ଥା ସହ ଘନ ଘନ ଫ୍ଲାଗମାର୍ଚ ଜାରି ରହିଛି ।

1

Malkangir Photograph: (Kanak News)

କନକ ବ୍ୟୁରୋ: ମାଲକାନଗିରି ଏମଭି ୨୬ ହିଂସା ଘଟଣାର ୪ଦିନ ପରେ ସ୍ବାଭାବିକ ହେଉଛି ଗାଁର ସ୍ଥିତି । ଇଣ୍ଟରନେଟ୍ ବ୍ୟାନ୍‌କୁ ପୁଣି ୧୨ ଘଣ୍ଟା ପାଇଁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ପ୍ରଶାସନ ପକ୍ଷରୁ ଏବେ ବି କଡା ସୁରକ୍ଷା ବ୍ୟବସ୍ଥା ସହ ଘନ ଘନ ଫ୍ଲାଗମାର୍ଚ ଜାରି ରହିଛି । ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଆଦି ଜରୁରୀକାଳିନ ସୁବିଧା ଯୋଗାଇ ଦିଆ ଯାଉଛି । ପୂରା ଗାଁ ଏବେ ସିସିଟିଭି ନଜରରେ ରହିଛି । ପ୍ରଶାସନ ନଷ୍ଟ ହୋଇଥିବା ଘର, ଆସବାବପତ୍ର ଏବଂ କ୍ଷତିଗ୍ରସ୍ତ ଗଛଗୁଡ଼ିକର ସମୀକ୍ଷା କରିଛି ଏବଂ ପ୍ରଭାବିତ ଗ୍ରାମବାସୀଙ୍କୁ ସହାୟତା ଯୋଗାଇ ଦେଉଛି । 

ଏହା ବ୍ୟତୀତ, ଏକ ମାଗଣା ରୋଷେଇ ଘରର ବ୍ୟବସ୍ଥା କରାଯାଇଛି, ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଗ୍ରାମବାସୀଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଛି । ଗୁରୁବାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମାଲକାନଗିରି ଗସ୍ତ କରି ଦୁଇପକ୍ଷଙ୍କ ମଧ୍ୟରେ ଶାନ୍ତି କମିଟି ଗଠନ ନେଇ ଗୁରୁତ୍ବାରୋପ କରିଛନ୍ତି । ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଦୁଇଟି ଗାଁ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିବା ପରେ ଦେଖିବାକୁ ମିଳିଥିଲା ଉତ୍ତେଜନାମୂଳକ ପରିସ୍ଥିତି ।

ଜାଡ଼ରେ ଥରୁଛି ସାରା ଓଡ଼ିଶା, ପାହାଡିଆ ଅଞ୍ଚଳରେ ୫ ଡିଗ୍ରୀ ତଳେ ତାପମାତ୍ରା

ସେପଟେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗିରହିଥିବା ବେଳେ ଜିଲ୍ଲା ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି । ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ସ୍ଥଗିତ ରଖାଯାଇଛି । ଡିସେମ୍ବର ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ୨୦୨୬ ଜାନୁଆରୀକୁ ଘୁଞ୍ଚାଇ ଦିଆଯାଇଛି । ସ୍ଥିତିରେ ସୁଧାର ଆସିବା ପରେ ମହୋତ୍ସବ ତାରିଖ ଧାର୍ଯ୍ୟ କରିବାକୁ ପ୍ରଶାସନ ଘୋଷଣା କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe