କନକ ବ୍ୟୁରୋ :  ମାଲକାନଗିରି ଏମଭି -୨୬ ଗାଁରେ ଆକ୍ରମଣ ଓ ଭଙ୍ଗାରୁଜା ଘଟଣାର ଦୁଇ ଦିନ ପରେ ସ୍ଥିତି ସ୍ୱାଭାବିକ ହେଉଛି । ଗାଁକୁ ଲୋକେ ଫେରିବା ଆରମ୍ଭ କରିଛନ୍ତି । ଗ୍ରାମବାସୀଙ୍କ ଥଇଥାନ ଲାଗି ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଯାଉଛି । ପୁରା ଜିଲ୍ଲାରେ ପୁଲିସ ଆଲର୍ଟରେ ରହିବା ସହ ଖୋଦ ପୁଲିସ ଡିଜିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ଗାଁ କୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ :    ମାଲକାନଗିରି ୩ ଦିନ ଅଶାନ୍ତ ପରେ ଶାନ୍ତି କମିଟି ବୈଠକରେ ବାହାରିଲା ସମାଧାନର ବାଟ

ମାଲକାନଗିରି ଜିଲ୍ଲା ଏମଭି ୨୬ ଗାଁରେ ହିଂସାକାଣ୍ଡରେ ସବୁ କିଛି ଉଜୁଡ଼ି ଯାଇଛି । ଦୁଇ ଦିନ ପରେ ଏବେ ଲୋକ ଘରକୁ ଫେରିବା ଆରମ୍ଭ କରିଛନ୍ତି । ଆଉ ଘରକୁ ଫେରବା ବେଳକୁ ଏ ହେଉଛି ୧୬୦ରୁ ଅଧିକ ଘରର ଅବସ୍ଥା । ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ପୁଣି କେମିତି ଅଣ୍ଟା ସଳଖି ଛିଡା ହେବେ, ତାକୁ ନେଇ ଗାଁ ଲୋକଙ୍କୁ ଚିନ୍ତା ଘାରିଛି । 

ଅଧିକ ପଢ଼ନ୍ତୁ :    ମାଲକାନଗିରି ରାଖାଲଗୁଡ଼ାରେ ପହଞ୍ଚିଲା ମହିଳାଙ୍କ ମୃତଦେହ,  କଡ଼ା ସୁରକ୍ଷା ବଳୟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ

ପୁରା ମାଲକାନଗିରି ଜିଲ୍ଲା ଆଲର୍ଟରେ। ଖୋଦ ଡିଜିପି ୱାଇବି ଖୁରାନିୟା ପୁଣି ଏମଭି ୨୬ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଗୋଟିଏ କମ୍ପାନୀ ରାପିଡ ଆକ୍ସନ ଫୋର୍ସ, ୫ କମ୍ପାନୀ ସିଆରପିଏଫ, ୧୦ କମ୍ପାନୀ ବିଏସଏଫ ଯବାନ, ୫ପ୍ଲାଟୁନ ଆଇଆରବି ଫୋର୍ସ ୩୫ ଜଣ ଡିଏସପି ଓ ଇନ୍ସପେକ୍ଟର ପାହ୍ୟର ଅଧିକାରୀ ଏବଂ ୧୧ ଜଣ ମାଜିଷ୍ଟ୍ରେଟ୍ ନିୟୋଜିତ ହୋଇଛନ୍ତି । ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି, ମାଲକାନଗିରି ଏସପି ଓ ଜିଲ୍ଲାପାଳ ଗାଁରେ ଡେରା ପକାଇଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ସର୍ଭେ ଆରମ୍ଭ ସହ ପ୍ରଭାବିତଙ୍କୁ ରନ୍ଧା ଖାଦ୍ୟ, ଶିତ ବସ୍ତ୍ର ପରି ସୁବିଧା ଯୋଗାଇ ଦିଆଯାଉଛି ।  

ଅଧିକ ପଢ଼ନ୍ତୁ :    ବିଧାନସଭାରେ ମାଲକାନଗିରି ନିଆଁର ତାତି;ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ସେପଟେ ରାଖାଲଗୁଡା ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବାର ପ୍ରାୟ ୬ ଦିନ ପରେ କଟା ମୁଣ୍ଡ ୪୦ କିଲୋମିଟର ଦୂର ପୋଟେରୁ ନଇର କିଲିମେଳା ନାମକୋଣ୍ଡା ଘାଟରୁ ଉଦ୍ଧାର ହୋଇଛି ।