ରାଜ୍ୟସଭା ନିର୍ବାଚନ : ନାମାଙ୍କନ ଭରିଲେ ସଂତୃପ୍ତ , ଦତ୍ତେଶ୍ବର

Advertisment

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ । ବିଜେଡି ପ୍ରାର୍ଥୀ ସହ ସଂତୃପ୍ତ ମିଶ୍ର ଭରିଲେ ନାମାଙ୍କନ । ଉପସ୍ଥିତ ରହିଲେ ନବୀନ ପଟ୍ଟନାୟକ ।

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ । ବିଜେଡି ପ୍ରାର୍ଥୀ ସହ ସଂତୃପ୍ତ ମିଶ୍ର ଭରିଲେ ନାମାଙ୍କନ । ଉପସ୍ଥିତ ରହିଲେ ନବୀନ ପଟ୍ଟନାୟକ ।

Santrupt Misra

Santrupt Misra Photograph: (KanakNews)

କନକ ବ୍ୟୁରୋ: ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ  । ବିଜେଡି ପ୍ରାର୍ଥୀ ସହ ସଂତୃପ୍ତ ମିଶ୍ର  ଭରିଲେ ନାମାଙ୍କନ ।  ଉପସ୍ଥିତ ରହିଲେ ନବୀନ ପଟ୍ଟନାୟକ ।  । ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ଏଥର ୫ଜଣ ପ୍ରାର୍ଥୀ ନାମାଙ୍କନ ଭରିବେ। ରାଜ୍ୟସଭା ୪ ଆସନ ପାଇଁ ଉଭୟ ଶାସକ ଦଳ ଓ ବିରୋଧୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଚତୁର୍ଥ ଆସନ ପାଇଁ ବି ଦୁଇ ଜଣ ପ୍ରାର୍ତୀ ରହିଛନ୍ତି। ବିଜେପିରୁ ମନମୋହନ ସାମଲ, ସୁଜିତ୍ କୁମାର,  ବିଜେଡିରୁ ସଂତୃପ୍ତ ମିଶ୍ର, କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତା ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଳୀପ ରାୟ ନାମାଙ୍କନ ଦାଖଲ କରିବେ। ମାର୍ଚ୍ଚ ୫ତାରିଖ ନାମାଙ୍କନର ଶେଷ ଦିନ ହୋଇଥିବାରୁ ଆଜି ସମସ୍ତେ ନାମାଙ୍କନ ଦାଖଲ କରିବେ ।

ଅଧିକ ପଢନ୍ତୁ:  ଚତୁର୍ଥ ଆସନରେ ହେବ ଚର୍ଚ୍ଚିତ ଲଢ଼େଇ; ଦତ୍ତେଶ୍ୱର ବନାମ ଦିଲ୍ଲୀପ

ମାର୍ଚ୍ଚ ୬ରେ ପ୍ରାର୍ଥୀପତ୍ରର ହେବ ଯାଞ୍ଚ। ମାର୍ଚ୍ଚ ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୧୬ମାର୍ଚ୍ଚରେ ରାଜ୍ୟସଭା ଆସନ ପାଇଁ ପଡ଼ିବ ଭୋଟ୍। ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ହେବ ଜୋରଦାର ଲଢ଼େଇ। ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟ ରାଜନୀତିକୁ ରୋଚକ କରିଛି। ସ୍ବାଧୀନ ରାଜ୍ୟସଭା ପ୍ରାର୍ଥୀ ହେବାକୁ ଦିଲ୍ଲୀପ ରାୟଙ୍କ ଘୋଷଣା ଓ ଏହାର ଠିକ୍ ପରେ ପରେ ବିଜେପିର ସମର୍ଥନ ରାଜ୍ୟସଭା ଗଣିତ ହିସାବକିତାବକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଛି। ସେପଟେ କମନ କ୍ୟାଣ୍ଡିଡେଟ୍ ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଓ କଂଗ୍ରେସ ସମର୍ଥନ ଦେଇଛନ୍ତି। ତେବେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିବା ନେଇ ଘୋଷଣା କରିବା ପରେ କ୍ରସ ଭୋଟିଂ ଆଶଙ୍କା ବଢ଼ିଯାଇଛି। ସଂଖ୍ୟା ଗଣିତ ଅନୁସାରେ ବିଜେପି ୨ଟି ଆସନ ହାତେଇବ। ସେହିପରି ବିଜେଡି ଗୋଟିଏ ଆସନରେ ବାଜିମାତ କରିବ। ହେଲେ ଚତୁର୍ଥ ଆସନ ପାଇଁ କାହା ପାଖରେ ଆବଶ୍ୟକ ସଂଖ୍ୟାନଥିବାରୁ ରୋଚକ ସ୍ଥିତି ହୋଇଛି। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe