ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ପାଇଁ ଆଜି ନାମାଙ୍କନ,  ଏକାକି ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ ନିତିନ ନବୀନ

Advertisment

ଉପସ୍ଥିତ ରହିବେ ମୋଦୀ, ଶାହା, ନଡ୍ଡା । ଆସନ୍ତାକାଲି ନାମ ଘୋଷଣା । ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସୁନିଶ୍ଚିତ ।

ଉପସ୍ଥିତ ରହିବେ ମୋଦୀ, ଶାହା, ନଡ୍ଡା । ଆସନ୍ତାକାଲି ନାମ ଘୋଷଣା । ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସୁନିଶ୍ଚିତ ।

Nomination

Nomination Photograph: (KanakNews)

କନକ ବ୍ୟୁରୋ: ଆଜିଠୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରୀୟା । ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏହାପରେ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଥିବା ବେଳେ ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ମତଦାନ ହେବ । 

ଅଧିକ ପଢନ୍ତୁ:  ଜାନୁଆରି ୨୦ରେ ନିତିନ ନବୀନଙ୍କ ହେଇପାରନ୍ତି ରାଷ୍ଟ୍ରୀୟ ସଭାପତି: ବଡ଼ ଆୟୋଜନ ପ୍ଲାନ୍ କରୁଛି ବିଜେପି

ସବୁ ପ୍ରକ୍ରୀୟା ସରିବା ନରେ  ବିଜେପି ଆନୁଷ୍ଠାନିକ ଭାବେ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିବ। ଏଥିପାଇଁ ଦିଲ୍ଲୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁ ରାଜ୍ୟର ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ ।
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe