କନକ ବ୍ୟୁରୋ: ଆଜିଠୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରୀୟା । ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ ହେବ । ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏହାପରେ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିଥିବା ବେଳେ ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ମତଦାନ ହେବ ।
ଅଧିକ ପଢନ୍ତୁ: ଜାନୁଆରି ୨୦ରେ ନିତିନ ନବୀନଙ୍କ ହେଇପାରନ୍ତି ରାଷ୍ଟ୍ରୀୟ ସଭାପତି: ବଡ଼ ଆୟୋଜନ ପ୍ଲାନ୍ କରୁଛି ବିଜେପି
ସବୁ ପ୍ରକ୍ରୀୟା ସରିବା ନରେ ବିଜେପି ଆନୁଷ୍ଠାନିକ ଭାବେ ନୂଆ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିବ। ଏଥିପାଇଁ ଦିଲ୍ଲୀ ମୁଖ୍ୟାଳୟରେ ଉପସ୍ଥିତ ରହିବେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ । ସବୁ ରାଜ୍ୟର ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ଘୋଷଣା ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/19/nomination-2026-01-19-09-08-30.jpg)