କନକ ବ୍ୟୁରୋ : ଇରାନରେ ମାନବାଧିକାର ପାଇଁ ସ୍ୱର ଉଠାଇଥିବା ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ନର୍ଗିସ୍ ମୋହମ୍ମଦିଙ୍କୁ ପୁଣି ଥରେ ଏକ ବଡ଼ ଦଣ୍ଡାଦେଶ କରାଯାଇଛି । ମଶହାଦର ଏକ ବିପ୍ଳବୀ କୋର୍ଟ ତାଙ୍କୁ ଷଡ଼ଯନ୍ତ୍ର ଓ ଅପପ୍ରଚାର ଅଭିଯୋଗରେ ସାଢ଼େ ସାତ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ନର୍ଗିସ ତାଙ୍କ ଦାବି ପାଇଁ ଫେବ୍ରୁଆରି ୨ ତାରିଖରୁ ଜେଲ୍ ଭିତରେ ଅନଶନରେ ବସିଛନ୍ତି। ଏଭଳି ସମୟରେ ସରକାରଙ୍କ ଏହି ନିଷ୍ପତ୍ତି ଆସିଛି। ତେହେରାନ ସରକାରଙ୍କ ଏପରି କଠୋର ଆଭିମୁଖ୍ୟ ମାନବାଧିକାର କର୍ମୀ ଓ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟରେ ଏକ ଅସନ୍ତୋଷ ଓ ଚିନ୍ତା ସୃଷ୍ଟି କରିଛି।
ଅଧିକ ପଢନ୍ତୁ... ଚୌଦ୍ବାର ଜେଲ୍ ଟେଣ୍ଡର ପ୍ରସଙ୍ଗ: ଘୁଞ୍ଚିଲା ଟେଣ୍ଡର ଖୋଲିବା ତାରିଖ
କୋର୍ଟଙ୍କ ରାୟ
ନର୍ଗିସ୍ଙ୍କ ଆଇନଜୀବୀ ମୁସ୍ତାଫା ନିଲି କହିଛନ୍ତି ଯେ, ମଶହାଦ ବିପ୍ଳବୀ କୋର୍ଟ ତାଙ୍କୁ ଷଡ଼ଯନ୍ତ୍ର ଅଭିଯୋଗରେ ପାଇଁ ଛଅ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ଅପପ୍ରଚାର ପାଇଁ ତାଙ୍କୁ ଅତିରିକ୍ତ ଦେଢ଼ ବର୍ଷ ଜେଲଦଣ୍ଡ ମଧ୍ୟ ଦିଆଯାଇଛି। ଯାହା ଫଳରେ ତାଙ୍କର ମୋଟ ଜେଲଦଣ୍ଡ ସାଢ଼େ ସାତ ବର୍ଷକୁ ବୃଦ୍ଧି ପାଇଛି। କୋର୍ଟ ତାଙ୍କ ଜେଲଦଣ୍ଡ ପୂରଣ କରିବା ପରେ ତାଙ୍କ ଉପରେ ଦୁଇ ବର୍ଷର ଯାତ୍ରା ପ୍ରତିବନ୍ଧକ ମଧ୍ୟ ଲଗାଇଛନ୍ତି। ଯାହା ଫଳରେ ସେ ଭବିଷ୍ୟତରେ ବିଦେଶ ଯାତ୍ରା କରିପାରିବେ ନାହିଁ।
ଅନଶନ ଓ ଗିରଫଦାରୀ
ନର୍ଗିସ୍ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆରମ୍ଭ କରିଥବା ଅନଶନ ଏପର୍ଯ୍ୟନ୍ତ ଜାରି ରହିଛି। ଗତ ଡିସେମ୍ବରରେ ମାଶହାଦରେ ୪୬ ବର୍ଷୀୟ ଇରାନୀ ଆଇନଜୀବୀ ତଥା ମାନବାଧିକାର କର୍ମୀ ଖୋସରୋ ଆଲିକୋର୍ଡିଙ୍କୁ ସମ୍ମାନିତ କରିବା ପାଇଁ ଆୟୋଜିତ ଏକ ସାର୍ବଜନୀନ ସମାରୋହ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ନର୍ଗିସ୍ଙ୍କୁ ହଠାତ୍ ଗିରଫ କରାଯାଇଥିଲା।
ଦେଶରେ ବଢୁଛି ଦମନମୂଳକ କାର୍ଯ୍ୟ
ଇରାନ ସରକାର ଏପର୍ଯ୍ୟନ୍ତ ଏହି ନୂତନ ଦଣ୍ଡାଦେଶକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାନ୍ତି। କିନ୍ତୁ ଦେଶରେ ପ୍ରଦର୍ଶନକାରୀଙ୍କ ଉପରେ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଇରାନରେ ସାମ୍ପ୍ରତିକ ପ୍ରତିବାଦ ପରେ ସରକାର ନାଗରିକ ସ୍ୱାଧୀନତା ଉପରେ କଠୋର କଟକଣା ଜାରି କରୁଥିବାବେଳେ କୋର୍ଟଙ୍କ ଏହି ରାୟ ଆସିଛି। ମାନବାଧିକାର କର୍ମୀଙ୍କ ଅନୁସାରେ ଏପରି ଦଣ୍ଡାଦେଶ ଜେଲ୍ରେ ଥିବା କର୍ମୀଙ୍କ ମନୋବଳକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ।
ପରମାଣୁ କାର୍ଯ୍ୟକ୍ରମ
ମହମ୍ମଦିଙ୍କ ବିରୋଧରେ ଏହି ନୂତନ ଦଣ୍ଡ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ନିଜର ପରମାଣୁ କାର୍ଯ୍ୟକ୍ରମ ଉପରେ ଆମେରିକା ସହିତ ଆଲୋଚନା କରିବାକୁ ଚେଷ୍ଟା କରୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କହିଛନ୍ତି, ତାଙ୍କ ଦେଶ ୟୁରାନିୟମ ସମୃଦ୍ଧି ଉପରେ ନିଜର ମତ ବଜାୟ ରଖିବ ଓ କଦାପି ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/09bbs_1_09022026_111-2026-02-09-09-54-31.jpg)