କନକ ବ୍ୟୁରୋ : ଚୌଦ୍ବାର ସର୍କଲ ଜେଲ୍ରେ କଏଦୀଙ୍କ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଟେଣ୍ଡର ମାଧ୍ୟମରେ କିଣିବା ଯୋଜନାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଆର୍ଥିକ ବିଡ୍ ଖୋଲିବା ତାରିଖ ଘୁଞ୍ଚାଯାଇଛି। ୬ ତାରିଖରେ ଖୋଲିବାକୁ ଥିବା ଆର୍ଥିକ ବିଡ୍କୁ ହଠାତ୍ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ସପ୍ତାହରେ ଅର୍ଥାତ୍ ୧୫ ତାରିଖ ସୁଦ୍ଧା ଖୋଲିବାକୁ ଯୋଜନା କରାଯାଇଛି। କଟକ ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ଏହି ଆର୍ଥିକ ବିଡ୍ ଖୋଲିବ। ଅନ୍ୟପଟେ ଚୌଦ୍ବାର ଓଟିଏମ୍ କଲୋନିର ସୁଧାଂଶୁ ଶେଖର ଶତପଥୀ ଏଭଳି ଅନିୟମିତତା ଅଭିଯୋଗର ତଦନ୍ତ କରିବାକୁ କାରାଗାର ବିଭାଗ ଡିଜିଙ୍କୁ ଚିଠି ଲେଖିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଜିଲ୍ଲାପାଳ ତଥା ଚୌଦ୍ବାର ଜେଲ୍ କ୍ରୟ କମିଟି ଅଧ୍ୟକ୍ଷଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରି ତଦନ୍ତ ଦାବି କରିଛନ୍ତି।
ଅଧିକ ପଢନ୍ତୁ.... ବଢ଼ୁଛି ସରକାରୀ ସହାୟତା, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ସଫଳ ହେଉଛି ଆଳୁ ମିସନ
ସୂଚନା ଅନୁଯାୟୀ, ଚୌଦ୍ବାର ଜେଲ୍ରେ କଏଦୀଙ୍କ ଖାଦ୍ୟ ସାମଗ୍ରୀ ବାବଦ ଟେଣ୍ଡର୍ର ଆର୍ଥିକ ବିଡ୍ ୬ ତାରିଖରେ ଖୋଲିବାର ଥିଲା। ସମସ୍ତେ ଏହି ଆର୍ଥିକ ବିଡ୍ରେ ସାମଗ୍ରୀର ଦେୟ ସମ୍ପର୍କିତ କାଗଜପତ୍ର ଦାଖଲ କରିଥିଲେ। ୬ ତାରିଖରେ କଟକ ଏଡିଏମ୍ଙ୍କ ଅଧ୍ୟକ୍ଷତାରେ ଖୋଲିବାକୁ ଥିବା ଏହି ବିଡ୍ ପୂର୍ବରୁ କିଏ କେଉଁ ସାମଗ୍ରୀ ପାଇଛନ୍ତି, ଏ ନେଇ ପ୍ରଘଟ ହୋଇଥିବା କିଛି ବିଡର୍ ଅଭିଯୋଗ ଆଣିଥିଲେ। ସୁଧାଂଶୁ ଶେଖର ଶତପଥୀ ମଧ୍ୟ ଏ ସଂକ୍ରାନ୍ତରେ ଜେଲ୍ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଚିଠିରେ ଦର୍ଶାଇଛନ୍ତି ଯେ, ଜେଲ୍ର ସିସି କ୍ୟାମେରା, ଏକାଧିକ ଲୋକଙ୍କ ମୋବାଇଲର କଲ୍ ଡିଟେଲ୍ ଯାଞ୍ଚ କରି ସତ୍ୟାସତ୍ୟ ସାମନାକୁ ଆଣିବା ସହିତ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ତଦନ୍ତ ଦାବି କରାଯାଇଛି। ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ କମଲ୍ଜିତ ଦାସ କହିଛନ୍ତି ଯେ ଆସନ୍ତା ସପ୍ତାହକୁ ଜେଲ୍ର ଟେଣ୍ଡର ଖୋଲିବା ପାଇଁ ତାରିଖ ଘୁଞ୍ଚାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/09/jail-2026-02-09-07-22-41.jpg)