କନକ ବ୍ୟୁରୋ : ଗାଁକୁ ନାହିଁ ଭଲ ରାସ୍ତା ଆଉ ପାନୀୟ ଜଳ ଭଳି ସୁବିଧା , ମୋବାଇଲ ନେଟୱାର୍କ ସାତ ସପନ ଏହାରୀ ଭିତରେ ହଇରାଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଙ୍ଗାମୁଣ୍ଡା ଗ୍ରାମବାସୀ । ଗ୍ରାମାଞ୍ଚଳର ଉନ୍ନତି ପାଇଁ ସରକାରଙ୍କ ଅନେକ ଯୋଜନା ହେଲେ ଏଠି କିଛି ନାହିଁ । ଆମେ କହୁଛୁ କଙ୍କଡାହାଡ଼ ବ୍ଲକର ଗଙ୍ଗାମୁଣ୍ଡା ଗାଁର କଥା । ୪୨ଟି ପରିବାର ରହୁଥିବା ଗାଁଟି ସତେ ଯେମିତି ସରକାରଙ୍କ ସାବତ ପୁଅ । ସରକାର ଗଠନରେ କ’ଣ ଏମାନଙ୍କ ଭୂମିକା ନାହିଁ ? ଗାଁର ଚିତ୍ର ଏବଂ ଲୋକଙ୍କ ଅବସ୍ଥା ଦେଖିବା ପରେ ମନକୁ ଏଭଳି ପ୍ରଶ୍ନ ଆସୁଛି ।
ସ୍ୱାଧୀନତାର ଏତେବର୍ଷ ପରେ ମଧ୍ୟ ମିଳୁନି ସର୍ବନିମ୍ନ ସେବା । ପାନୀୟ ଜଳ ମୁଖ୍ୟ ସମସ୍ୟା , ଗାଁକୁ ଭଲ ରାସ୍ତାଟିଏ ନାହିଁ । ମୋବାଇଲ ନେଟ୍ୱର୍କ ଏଠି ସାତସପନ । ଗାଁରେ ଥିବା ୩ଟି ନଳକୂପରୁ ଲୁହାଗୁଣ୍ଡ ମିଶା ନାଲିଆ ପାଣି ବାହାରୁଛି । କୌଣସି ବିକଳ୍ପ ନଥିବାରୁ ସେହି ପାଣିକୁ ବ୍ୟବହାର କରନ୍ତି ଗାଁ ଲୋକେ । ବର୍ଷେ ତଳୁ ୨ଟି ବୋରିଂ ଖୋଳା ଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇନାହିଁ ।
ଅଧିକ ପଢ଼ନ୍ତୁ--ଦାୟିତ୍ବ ଭୁଲି ଦେଶଦ୍ରୋହୀ ସାଜୁଛନ୍ତି ଡାକ୍ତର; ସୁପ୍ରିମକୋର୍ଟରେ ଆଇନଜୀବୀଙ୍କ ବଡ଼ ଯୁକ୍ତି
ବାଟଗାଁ ପଞ୍ଚାୟତ ଠାରୁ ଗାଁର ଦୂରତା ୭କିମି । ମାଟି ମୋରମ୍ର ଆବଡ଼ା ଖାବଡ଼ା ରାସ୍ତାରେ ଦୈନିକ ଯାତାୟାତ କରନ୍ତି ଗ୍ରାମବାସୀ । ମୋବାଇଲ ନେଟୱର୍କ ନଥିବାରୁ ଜରୁରୀକାଳୀନ ସେବା, ଅନଲାଇନ୍ କାମ ପାଇଁ ଘର ଛାଡ଼ିବାକୁ ପଡ଼େ । ଗାଁ ଠାରୁ ୩କିମି ଦୂରକୁ ଗଲେ ନେଟ୍ୱର୍କ ଆସେ, କାମ ହୁଏ । ଗାଁରେ ଥିବା ବିଦ୍ୟାଳୟ ପ୍ରାୟ ୬ବର୍ଷ ହେଲାଣି ବନ୍ଦ ପଡ଼ିଛି । ତେଣୁ ୨ କିଲୋମିଟର ଜଙ୍ଗଲିଆ ରାସ୍ତା ଦେଇ କୁନିକୁନି ପିଲା ସୁଆଗିନାଳୀ ସ୍କୁଲକୁ ଯାଇ ପାଠ ପଢୁଛନ୍ତି । ଅଧାରୁ ଅଧିକ ପରିବାରକୁ ଆଜି ଯାଏଁ ମିଳିପାରିଲା ନାହିଁ ସରକାରୀ ଆବାସ ଗୃହ । ସବୁ କ୍ଷେତ୍ରରେ ଅବହେଳିତ ଗଙ୍ଗାମୁଣ୍ଡା ଗ୍ରାମବାସୀ । ଯୋଜନା ସଂପର୍କରେ ସରକାରୀ ବାବୁ ନେତା ମନ୍ତ୍ରୀ ପ୍ରଚାର ପ୍ରସାର କରୁଛନ୍ତି । କଲୁ କଲୁ ବୋଲି କହି ଡିଣ୍ଡିଡିଣ୍ଡିମ ପିଟୁଛନ୍ତି, କିନ୍ତୁ ଗଙ୍ଗାମୁଣ୍ଡା ଭଳି ଗାଁ ଉପରେ ପ୍ରାଶାସନିକ ବାବୁଙ୍କ ନଜର ନପଡ଼ିବା ଆଶ୍ଚର୍ଯ୍ୟ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/23/gangamunda-2025-11-23-17-45-30.jpg)