କନକ ବ୍ୟୁରୋ : ଯଦି ଆପଣ ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍ ଜରୁରୀ । ଏହାସହ ଯଦି ଆପଣ ରିଜରଭେସନ କିମ୍ବା ଟିକେଟ କ୍ୟାନସଲ କରିବାକୁ ଚାହୁଁଛନ୍ତି ତେବେ ବି ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ ।
ଭଗବାନ ହନୁମାନଙ୍କୁ ନୋଟିସ ପଠାଇଲା ଭାରତୀୟ ରେଳ ବିଭାଗ, କାରଣ ଜାଣିଲେ ହୋଇଯିବେ ଚକିତ
ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତା କାଲି ସରକାର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ । ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ ।
ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ । ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି । ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ । ନଭେମ୍ବର ୨୨ ରାତି ୧୧.୪୫ ରୁ ନଭେମ୍ବର ୨୩ ସକାଳ ୪.୪୫ ପର୍ଯ୍ୟନ୍ତ ଟିକେଟ୍ ବୁକିଂ, କ୍ୟାନସଲ, କରେଣ୍ଟ ରିଜରଭେସନ, ଚାର୍ଟ ମେକିଙ୍ଗ, ଇଣ୍ଟରନେଟ୍ ଟିକେଟ୍ ବୁକିଂ ଭଳି ସେବା ବନ୍ଦ ରହିବ । କହିରଖୁ କି ପିଆରଏସ୍ ସିଷ୍ଟମର ସହାୟତାରେ ଡାଟାକୁ ଦ୍ରୁତ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଉଛି । ଏହା ମାଧ୍ୟମରେ ଟ୍ରେନର ରିଜର୍ଭ ଓ ନନରିଜର୍ଭ ଟିକେଟ୍ ବୁକିଂ ସହଜ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/22/indian-railway-2025-11-22-09-38-40.jpg)