Photograph: (kanaknews)
କନକ ବ୍ୟୁରୋ : ରାସ୍ତା କଡ଼ରେ ବ୍ୟବସାୟୀ । କଡ଼ ଦେଇ ଯାଉଛି ଶହଶହ ଭାରୀଯାନ । କେତେବେଳେ କ’ଣ ଯେ ଅଘଟଣ ଘଟିବ କହିହେବ ନାହିଁ । କିନ୍ତୁ ପେଟ ପାଇଁ ବାଜିରେ ଲାଗିଛି ଜୀବନ । କେନ୍ଦ୍ରାପଡ଼ା ସହରର ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ବସୁଥିବା ଗୋପ ହାଟ । ରବିବାର ଓ ଗୁରୁବାର ବସୁଥିବା ଏହି ହାଟକୁ ହଜାର ହଜାର ସଂଖ୍ୟାରେ ଗ୍ରାହକ ଆସିଥାନ୍ତି । ଅନେକ ଛୋଟ ବଡ଼ ପରିବା ବ୍ୟବସାୟୀ ହାଟରେ ପରିବା ବିକ୍ରୟ କରନ୍ତି । ହେଲେ ଏମାନଙ୍କ ସୁରକ୍ଷା ପ୍ରତି କାହାରି ଧ୍ୟାନ ନାହିଁ ।
ଅଧିକ ପଢନ୍ତୁ ... ରାସ୍ତା ପାଇଁ ଭାଙ୍ଗିଦେଲେ : କିନ୍ତୁ ପ୍ରତିଶ୍ରୁତି ଦେଇ ଭୁଲିଗଲେ ସରକାରୀ ବାବୁ
ନିୟନ୍ତ୍ରିତ ବଜାର କମିଟି ସହାୟତା ଚାଲୁଥିବା ଏହି ହାଟକୁ ଆସୁଛନ୍ତି ପ୍ରାୟ ୭ ଶହ ବ୍ୟବସାୟୀ । ହେଲେ ଜାଗା ଅଭାବରୁ ପାଖାପାଖି ୪ ଶହ ବ୍ୟବସାୟୀ ବସୁଛନ୍ତି ରାଜପଥ କଡ଼ରେ । ଡ୍ରାଇଭର୍ ବି ରାସ୍ତାରେ ଗାଡ଼ି ଚଲାଇବାକୁ ସୁରକ୍ଷିତ ମଣୁନାହାନ୍ତି । ଅନ୍ୟପଟେ ଜିଲ୍ଲାପାଳ କହୁଛନ୍ତି, ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କଲା ପରେ ପଦକ୍ଷେପ ନିଆଯିବ । ଏପରି ପରିସ୍ଥିତିରେ ଅଘଟଣ ଘଟିଲେ ଦାୟୀ କିଏ ରହିବ ? ତୁରନ୍ତ ହାଟର ନିଜସ୍ବ ଗୃହ ନିର୍ମାଣ କରିବା ସହ ରାସ୍ତା କଡ଼ରୁ ବେପାରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି ।
Follow Us