କନକ ବ୍ୟୁରୋ : ଉପନିର୍ବାଚନ ପାଇଁ କମ୍ପୁଛି ନୂଆପଡା ନିର୍ବାଚନ ମଣ୍ଡଳୀ। ସବୁ ଦଳର ଶୀର୍ଷ ନେତୃତ୍ବ ମୁହଁରେ ମାଳ ମାଳ ପ୍ରତିଶ୍ରୁତି । ଏଇଟା ନୂଆ ନୁହେଁ । ପୂର୍ବ ନିର୍ବାଚନରେ ବି ଏମିତି ସ୍ବପ୍ନ ବାଣ୍ଟୁଥିଲେ ନେତା। ଘୋଷଣା ଓ କାର୍ଯ୍ୟାନ୍ୱୟନ ଭିତରେ ଦୂରତା କେତେ, ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରୁ କେତେ ପୂରଣ ହୋଇଛି, ସ୍ଥିତି ପରଖିଛି କନକ ନ୍ୟୁଜ୍ ।
ପ୍ରତିଶ୍ରୁତି ଯେବେ ପ୍ରତାରଣାରେ ପରିଣତ ହୁଏ । ଆମେ କୋମନା ବ୍ଲକର ସୁନାବେଡ଼ା କଥା ହିଁ କହୁଛୁ । ଯେଉଁଠି ମାଟି ଓ ପଥରିଆ ରାସ୍ତାରେ ବିକାଶ ଆସୁ ଆସୁ ଝୁଣ୍ଟି ପଡ଼ିଛି । କୋମନାରୁ ଭୋଟ ନେବା ପାଇଁ ନେତାଙ୍କ ଭିଡ଼ କାହିଁରେ କେତେ । ଅଥଚ କୋମନାବାସୀ କଣ ଚାହୁଁଛନ୍ତି ତାହା ଜାଣିବାକୁ କାହାର ଆଗ୍ରହ ନାହିଁ । କୋମନାରୁ କିଏ କେତେ ଭୋଟ ପାଇବ ସେ ଗଣିତ କଷା ଚାଲିଛି । ଅଥଚ ଏଠି ରହୁଥିବା ଆଦିବାସୀର ଭବିଷ୍ୟତ କିଭଳି ସୁଧୁରିବ, ସେ ଅଙ୍କ କିନ୍ତୁ କାହାକୁ ଆସୁନି।ଷ ଜୀବନ କେତେ ଯେ ଯନ୍ତ୍ରଣାମୟ ତାହା କୋମନାକୁ ପଚାରିଲେ ଚିତ୍କାର କରି କହୁଛି...
ସଜେଇ ହେଲାଣି ବାରିପଦା ସହର; ଜମିବ ଜଗଦ୍ଧାତ୍ରୀ ମେଳା
ଏଠି ରାସ୍ତା ସ୍ବପ୍ନ, ବିଜୁଳି ଖୁଣ୍ଟ ଥାଇ ରାତି ଅନ୍ଧକାର, ଏଠି ଟାଙ୍କି ଥାଇ ପାଣିନାହିଁ, ଶିକ୍ଷା ସତ ସପନ। ରୋଗୀଙ୍କ ପାଇଁ ଚିକିତ୍ସା ସାତସପନ । କେବଳସେତିକି ନୁହେଁ, ଜୀବିକା ପାଇଁ ଦାଦନ ବନେ ମଣିଷ । ଏବେ ଯେତେବେଳେ ନିର୍ବାଚନ ଆସିଛି, ଲୋକ କହୁଛନ୍ତି ଆମକୁ ପଞ୍ଚାୟତ ଦିଅ, ତାପରେ ଆମ ଭୋଟ ନିଅ। ଗାଁଠୁ ୨୫ କିମି ଦୂରରେ ପଞ୍ଚାୟତ ହୋଇଥିବାରୁ ଏମାନଙ୍କ ଦୁଃଖ କହିଲେ ନସରେ । ରାସ୍ତାର ଅବସ୍ଥା ଏମିତି ଯେ ନିର୍ବାଚନ ପ୍ରଚାରରେ ଆସୁଥିବା ନେତାଙ୍କ ଗାଡି ବି ସବୁ ଜାଗାକୁ ଯାଇ ପାରୁନି । ସହରର ନିର୍ବାଚନୀ ମାହୋଲ ଦେଖି ଆପଣମାନେ ଭାବୁଥିବେ ନୂଆପଡ଼ା ଚିକମିକ୍ କରୁଛି। ଆମେ କିନ୍ତୁ ଦୀପ ତଳର ଅନ୍ଧାର ଆଣିଛୁ ଆପଣଙ୍କ ସାମନାକୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/nuapada-2025-10-30-19-56-53.jpg)