କନକ ବ୍ୟୁରୋ : ସଜେଇ ହେଉଛି ବାରିପଦା ସହର । ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି ଉତ୍ତର ଓଡ଼ିଶାର ବହୁ ଚର୍ଚ୍ଚିତ ମା’ ଜଗର୍ଦ୍ଧାତ୍ରୀ ମେଳା-୨୦୨୫ । ଏନେଇ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରତି ବର୍ଷ ଭଳି କିଛି ନୂଆ କରିବାର ପ୍ରୟାସ ଜାରି ରଖିଛି ପୂଜା କମିଟି ।
ଚଳିତ ବର୍ଷର ପ୍ରମୁଖ ଆକର୍ଷଣ ପାଲଟିଛି ତେଲେଙ୍ଗାନା ସଚିବାଳୟର ଅବିକଳ ତୋରଣ । ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ମା' ଜଗଦ୍ଧାତ୍ରୀଙ୍କ ଏହି ପୂଜା ଚଳିତ ବର୍ଷ ଦୀର୍ଘ ୭୩ ବର୍ଷରେ ପଦାର୍ପଣ କରିଥିବା ବେଳେ ୩୦ ତମ ମେଳା ଅନୁଷ୍ଠିତ ହେଉଛି । ନଭେମ୍ବର ୩ରୁ ଆରମ୍ଭ ହୋଇ ନଭେମ୍ବର ୧୪ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ ରୁ ଅଧିକ ଷ୍ଟଲ ପ୍ରଦର୍ଶିତ ହେବ । ଏହା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/30/baripada-jagadhatri-mela-2025-2025-10-30-19-28-33.jpg)